ମୋ ବିରୋଧରେ ଆସିଥିବା‌ ଅଭିଯୋଗ ମିଥ୍ୟା, ଭିତ୍ତିହୀନ: ଉର୍ମିଳା

ମୁମ୍ବାଇ : ମୁମ୍ବାଇ ଉତ୍ତରରୁ ନିର୍ବା‌ଚନ ଲଢ଼ୁଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ହିନ୍ଦୁ ବିରୋଧୀ ବୟାନ ଦେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ବିଜେପି କର୍ମୀ।  ବିଜେପି ହିନ୍ଦୁବାଦ ନାଁରେ ମିଥ୍ୟା, ବିଭାଜନକ‌ାରୀ ଏବଂ ହିଂସାତ୍କମ ଭାବନାର ପ୍ରସାର କରୁଛି ବୋଲି ଉର୍ମିଳା ଏକ ଟିଭି ସାକ୍ଷାତକାରରେ ଏହାର ବିରୋଧ କରିଥିଲେ। କିନ୍ତୁ ଜଣେ କଂ‌‌‌ଗ୍ରେସ କର୍ମୀ ଉର୍ମିଳା ହିନ୍ଦୁ ବିରୋଧୀ ବୟାନ ଦେଇଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ବି‌ରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ଏନେଇ ଅଭିଯୋଗ ହୋଇଛି ବୋଲି କଂଗ୍ରେସ କର୍ମୀ ଜଣଙ୍କ କହିଛନ୍ତି। କିନ୍ତୁ ଉର୍ମିଳା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ଉର୍ମିଳାଙ୍କ କହିବା ଅନୁଯାୟୀ ସେ ହିନ୍ଦୁ ବିରୋଧୀ ବୟାନ ଦେଇନାହାନ୍ତି। ସେ ହିନ୍ଦୁବାଦରେ ବିଶ୍ବାସ କରନ୍ତି ଏବଂ ହିନ୍ଦୁବାଦ ଶାନ୍ତି, ସଦ୍‌ଭାବ ଏବଂ ଅହିଂସାର ପ୍ରତୀକ ବୋଲି ଉର୍ମିଳା କହିଛନ୍ତି।

ସମ୍ବନ୍ଧିତ ଖବର