ଗାନ୍ଧୀନଗର: ପ୍ରାୟ ତିନି ଦଶନ୍ଧୀ ପରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏଥର ଲୋକସଭା ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତାରୁ ବାହାରେ ଅଛନ୍ତି। ତାଙ୍କର ପରମ୍ପରାଗତ ଆସନ ଥିବା ଗାନ୍ଧୀନଗରରେ ଏବେ ବିଜେପି ସଭାପତି ଅମିତ ଶାହ ପ୍ରାର୍ଥୀ ହୋଇଛନ୍ତି। ଦୀର୍ଘ ୩୦ ବର୍ଷ ପରେ ଆଡଭାନୀ ପ୍ରଥମ ଥର ପାଇଁ ଜଣେ ସାଧାରଣ ଭୋଟର୍ ଭାବେ ମତଦାନ କରିଛନ୍ତି। ଅହମଦାବାଦର ଶାହପୁର ହିନ୍ଦୀ ସ୍କୁଲ ମତଦାନ କେନ୍ଦ୍ରରେ ଆଜି ଅପରାହ୍ନରେ ଆଡଭାନୀ ଭୋଟ୍ ଦେଇଥିଲେ। ଗାନ୍ଧୀନଗର ଆସନ ୧୯୮୯ରୁ ବିଜେପି ଦଖଲରେ ରହି ଆସିଛି। ୧୯୯୧ରେ ଆଡଭାନୀ ଏହି ଆସନରୁ ପ୍ରଥମେ ବିଜୟୀ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୬ ଥର ଏଠାରୁ ବିଜୟୀ ହୋଇଥିଲେ।
୩ ଦଶନ୍ଧୀ ପରେ ଆଡଭାନୀ ସାଧାରଣ ଭୋଟର୍ ଭାବେ ମତଦାନ କଲେ
/sambad/media/post_attachments/wp-content/uploads/2019/04/Untitled-15-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)