ଭୋପାଳ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ପୁଣି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସାଧ୍ବୀ ଏକ ଟିଭି ଚ୍ୟାନେଲ୍ରେ ବାବ୍ରୀ ମସ୍ଜିଦ ଭଙ୍ଗାଯିବାକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ବାବ୍ରି ମସ୍ଜିଦ୍ ଭାଙ୍ଗିବା ସବୁ ଭାରତୀୟ ଚାହୁଥିଲେ ଏବଂ ମସ୍ଜିଦ୍ ଭାଙ୍ଗିବା ବେଳେ ସେ ମଧ୍ୟ ଏହା ଉପରକୁ ଚଢ଼ି ଯାଇ ଭାଙ୍ଗିବା କାମରେ ସାମିଲ ହୋଇଥିଲେ। ଏହାକୁ ନେଇ ବିବାଦ ବଢ଼ିବା ପରେ ନିର୍ବାଚନ କମିସନ ସାଧ୍ବୀଙ୍କୁ ନୋଟିସ ଜାରି କରିଛନ୍ତି। ଏହା ପୂର୍ବରୁ ସାଧ୍ବୀ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସହିଦ ହେମନ୍ତ କରକରେଙ୍କ ସଂପର୍କରେ ଆପତ୍ତିଜନକ ବୟାନ ଦେଇଥିଲେ। ଏହାକୁ ଜୋର୍ଦାର ବିରୋଧ ହେବାପରେ ସାଧ୍ବୀ ତାଙ୍କ ବୟାନ ଫେରାଇ ନେବା ସହ କ୍ଷମା ପ୍ରାର୍ଥନା କରିଥିଲେ। ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ବିଜେପିକୁ ସାଧ୍ବୀ ଅଡ଼ୁଆରେ ପକାଉଥିବା ବେଳେ ଏହା ଭୋପାଳରେ କଂଗ୍ରେସ ପ୍ରାର୍ଥୀ ଦିଗ୍ବିଜୟଙ୍କ ସିଂହଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। କଂଗ୍ରେସ ନେତାମାନେ ସାଧ୍ବୀଙ୍କ ବିବାଦୀୟ ବୟାନ ପାଇଁ ବିଜେପିକୁ ଘେରୁଛନ୍ତି ଏବଂ କର୍ମୀ ମହଲରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି କହିଛନ୍ତି ଯେ ପ୍ରଜ୍ଞା ସିଂହ ଠାକୁର ସର୍ବଦା ଗଣ୍ଡଗୋଳ ପ୍ରକୃତିର ଏବଂ ୧୯ ବର୍ଷ ବୟସରେ ସେ ଛୁରୀ ଚାଳନା ଶିକ୍ଷା କରିଥିଲେ। ବିଭିନ୍ନ ସ୍ଥାନରେ ସେ ଲୋକଙ୍କୁ ମାର୍ପିଟ୍ ମଧ୍ୟ କରିଥିବା ନଜିର ରହିଛି ବୋଲି ସେ କହିଛନ୍ତି।
ଅଯୋଧ୍ୟା ମାମଲାରେ ବିବାଦୀୟ ବୟାନ, ସାଧ୍ବୀ ପ୍ରଜ୍ଞାଙ୍କୁ ପୁଣି ଇସି ନୋଟିସ୍
/sambad/media/post_attachments/wp-content/uploads/2019/04/pragyan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)