ହାଇଦ୍ରାବାଦ୍: ୨୦୧୯ ନିର୍ବାଚନରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ୱାଇଏସ୍ଆରସିପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ୱାଇଏସ୍ଆରସିପିର ବିଜୟ ହେଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ରାଜ୍ୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପିକୁ ଯେତିକି ଭୋଟ୍ ମିଳିଛି, ତାଠାରୁ ଅଧିକ ଭୋଟ୍ ‘ନୋଟା’କୁ ମିଳିଛି। ୨୫ ଲୋକସଭା ଆସନରେ ବିଜେପିକୁ ୦.୯୬ ପ୍ରତିଶତ ଭୋଟ୍ ମିଳିଥିବାବେଳେ କଂଗ୍ରେସର ଭୋଟ୍ ପ୍ରତିଶତ ବିଜେପି ଠାରୁ ଅଧିକ ରହି ୧.୨୯ ପ୍ରତିଶତ ଥିଲା। କିନ୍ତୁ ନୋଟାକୁ ମିଳିଛି ୧.୫ ପ୍ରତିଶତ ଭୋଟ୍। ସେହିପରି ରାଜ୍ୟରେ ୧୭୫ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ କିଛି ଭିନ୍ନ ନାହିଁ। ଏଥିରେ ନୋଟା ୧.୨୮ ପ୍ରତିଶତ ଭୋଟ୍ ପାଇଥିବାବେଳେ ବିଜେପିକୁ ୦.୮୪ ପ୍ରତିଶତ ଏବଂ କଂଗ୍ରେସକୁ ୧.୧୭ ପ୍ରତିଶତ ଭୋଟ୍ ମିଳିଛି।
ଆନ୍ଧ୍ରପ୍ରଦେଶରେ କଂଗ୍ରେସ, ବିଜେପି ଅପେକ୍ଷା ଅଧିକ ଭୋଟ୍ ନୋଟାକୁ ମିଳିଛି
/sambad/media/post_attachments/wp-content/uploads/2019/05/general-elections-2019-b_660_041819110813_051919114706-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)