ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ଚଳିତ ଲୋକସଭା ନିର୍ବାଚନରେ କୌଣସି ମେଣ୍ଟ ହେବନାହିଁ। ଆଜି ଉଭୟ ଦଳର ବୁଝାମଣା ବୈଠକ ବିଫଳ ହେବାପରେ ଆପ୍ ଦିଲ୍ଲୀ ଏବଂ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି ଯେ କଂଗ୍ରେସ ମେଣ୍ଟ ଗଠନ ପାଇଁ ଯେଭଳି ଆଗ୍ରହ ପ୍ରକାଶ କରିବା କଥା କଲାନାହିଁ । ବିଜେପିକୁ ରୋକିବା ପାଇଁ ଏହି ମେଣ୍ଟ ଜରୁରୀ ଥିଲେ ମଧ୍ୟ କଂଗ୍ରେସର ନୀତି ଏଦିଗରେ ଠିକ୍ ନଥିବାରୁ ମେଣ୍ଟ ଗଠନ ସମ୍ଭବ ହୋଇନାହିଁ ବୋଲି ସେ କହିଛନ୍ତି। ଆସନ୍ତାକାଲି କଂଗ୍ରେସ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି।
ସବୁ ବାଟ ବନ୍ଦ, ଦିଲ୍ଲୀ-ହରିୟାଣାରେ ଏକାକୀ ଲଢ଼ିବ ଆପ୍
/sambad/media/post_attachments/wp-content/uploads/2019/04/download-2-17.jpg)