ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଜଣ ଆପ୍ ନେତା ବିଜେପିରେ ଯୋଗ ଦେବା ଘଟଣା କେଜ୍ରିୱାଲ୍ଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ଶୁକ୍ରବାର ଦିନ ଆପ୍ ନେତା ଅନିଲ ବାଜପେୟୀ ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ପୁଣି ଜଣେ ଆପ୍ ବିଧାୟକ ଦେବିନ୍ଦର ସିଂହ ସେରାୱତ ବିଜେପିରେ ଯୋଗ ଦେଇଛନ୍ତି। ବିଧାୟକ ସେରାୱତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ବରିଷ୍ଠ ବିଜେପି ନେତା ବିଜୟ ଗୋଏଲ ଏବଂ ବିଜେନ୍ଦ୍ର ଗୁପ୍ତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ସେରାୱତ କହିଛନ୍ତି ଯେ ଆପ୍ ପକ୍ଷରୁ ତାଙ୍କୁ ବାରମ୍ବାର ଅପମାନିତ କରାଯାଇଛି ଏବଂ ଦଳ କେବଳ ଲୋକଙ୍କୁ ପ୍ରତାରଣା କରିଚାଲିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ରାଫେଲ୍ ଦୁର୍ନୀତି ଅର୍ଥକୁ ବ୍ୟବହାର କରି ମୋଦୀ ସରକାର ଆପ୍ ନେତାମାନଙ୍କୁ କିଣୁଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ମୋଦୀ ଏହି ସମାନ ନୀତି ଅବଲମ୍ବନ କରିଛନ୍ତି ବୋଲି କେଜ୍ରିୱାଲ୍ ଅଭିଯୋଗ କରିଛନ୍ତି।
କେଜ୍ରିୱାଲ୍ଙ୍କୁ ଝଟ୍କା, ଆଉ ଜଣେ ଆପ୍ ବିଧାୟକ
ବିଜେପିରେ ସାମିଲ
/sambad/media/post_attachments/wp-content/uploads/2019/05/app-devinder-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)