ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆର୍ଯ୍ୟ ସମାଜ ଅନୁଷ୍ଠାନ ସମର୍ଥନ କରୁଛି। କଂଗ୍ରେସକୁ ଜିତାଇବାପାଇଁ ଆର୍ଯ୍ୟ ସମାଜ କଂଗ୍ରେସର ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରିବ ବୋଲି ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶ ଆଜି କହିଛନ୍ତି। ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ ହଟାଇବାପାଇଁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବେଶ ଦାବି କରିଛନ୍ତି ଯେ ବିଜେପି ୨୦୧୪ ଲୋକସଭା ନିର୍ବାଚନରେ ୨୮୨ ଆସନରେ ନିର୍ବାଚନ ଜିତିଥିଲା କିନ୍ତୁ ୨୦୧୯ ନିର୍ବାଚନରେ ଏହା ମାତ୍ର ୧୫୦ ଆସନରେ ଜିତିବ। ଅନ୍ୟପକ୍ଷେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଆରମ୍ଭ ହୋଇ ସାରିଛି ବୋଲି ସେ କହିଛନ୍ତି।
କଂଗ୍ରେସକୁ ସମର୍ଥନ କରୁଛି ଆର୍ଯ୍ୟ ସମାଜ: ସ୍ବାମୀ ଅଗ୍ନିବେଶ
/sambad/media/post_attachments/wp-content/uploads/2019/04/Indian_National_Congress_svg-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)