ନୂଆଦିଲ୍ଲୀ: ବିଜେପିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଜିଭିଏଲ୍ ନରସିଂହ ରାଓଙ୍କ ଉପରକୁ ଆଜି ଜଣେ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଜୋତା ପିଙ୍ଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବାବେଳେ ଜଣେ ବ୍ୟକ୍ତି ହଠାତ୍ ମଞ୍ଚ ପାଖକୁ ଚାଲିଆସି ଉଦ୍ବୋଧନ ଦେଉଥିବା ଜିଭିଏଲ୍ଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। କିନ୍ତୁ ଜୋତାଟି ଜିଭିଏଲ୍ଙ୍କ ଦେହରେ ନବାଜି ତାଙ୍କ ମାଇକ୍ରେ ବାଜିଥିଲା। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ କିଛି ଲୋକ କାବୁ କରିନେଇଥିଲେ। ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଜଣେ ଡାକ୍ତର ବୋଲି ଜଣାପଡ଼ିଛି। ସେ ବିଜେପି ବିରୋଧୀ ଏବଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ପୁଲିସ ଜେରା ବେଳେ କହିଛନ୍ତି। ଏହ ବ୍ୟକ୍ତି ଜଣଙ୍କ କାନପୁର ବାସିନ୍ଦା ଏବଂ ତାଙ୍କ ନାଁ ଶକ୍ତି ଭାର୍ଗବ ବୋଲି ଜଣାପଡ଼ିଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ କଡ଼ା ସମାଲୋଚକ। ବିଜେପି ଗତକାଲି ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଭୋପାଳ ଆସନରୁ ପ୍ରାର୍ଥୀ ଘୋଷଣା କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର କାରଣ ବାବଦରେ ଜଣାଇବା ପାଇଁ ଆଜି ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଜୋତା କାଣ୍ଡ ଯୋଗୁଁ ସାମ୍ବାଦିକ ସମ୍ମିଳନୀ ବାଧାପ୍ରାପ୍ତ ହୋଇଥିବା ବେଳେ ଏହା ପଛରେ କଂଗ୍ରେସର ହାତ ରହିଛି ବୋଲି ଜିଭିଏଲ୍ କହିଛନ୍ତି। ବିଜେପି ମୁଖ୍ୟାଳୟରେ ଏହି ଘଟଣା ଘଟିବା ସମୟରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ବିଜେପି ମୁଖ୍ୟାଳୟରେ ଜୋତା କାଣ୍ଡ, ମୁଖପାତ୍ରଙ୍କ ଉପରକୁ ଜୋତା ଫିଙ୍ଗିଲେ ଡାକ୍ତର
/sambad/media/post_attachments/wp-content/uploads/2019/04/Untitled-18-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)