ପଶ୍ଚିମ ଓଡ଼ିଶାର ବରଗଡ଼ ସଂସଦୀୟ ଆସନରୁ ବିଜେଡିର ଭେଟେରାନ୍ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ଏବଂ କଂଗ୍ରେସରୁ ପୁରୁଖା ନେତା ପ୍ରଦୀପ ଦେବତା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏକାଧିକ ଥର ବିଧାୟକ, ସାଂସଦ ଓ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ପ୍ରସନ୍ନ ଆଚାର୍ଯ୍ୟ ବିଜେଡିର ସବୁଠୁ ଅଭିଜ୍ଞତାସଂପନ୍ନ ନେତା। ପ୍ରସନ୍ନଙ୍କ ବାପା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧଶିଳ୍ପର ଅନ୍ୟତମ ବିନ୍ଧାଣୀ ଓ ପୃଷ୍ଠପୋଷକ। ବରଗଡ଼ ଭଳି କୃଷି ପ୍ରାଧାନ୍ୟ ଅଞ୍ଚଳରେ ପ୍ରସନ୍ନଙ୍କ ଭଲ ପ୍ରଭାବ ରହିଛି। ସଂସଦରେ ମଧ୍ୟ ସେ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସମ୍ମାନ ସାଉଁଟିଛନ୍ତି। ସେପଟେ ସୁରେଶ ପୂଜାରୀ ବିଜେପିର ଜଣେ ଚର୍ଚ୍ଚିତ ଚେହେରା। ୮୦ ଦଶକରେ ଓଡ଼ିଶାରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା ତାର ଅନ୍ୟତମ ପୁରୋଧା ଥିଲେ ସୁରେଶ। ଏହାଛଡା ସେ ଜଣେ ଅଗ୍ନିବର୍ଷୀ ବକ୍ତା, ଦକ୍ଷ ଆଇନ୍ ବିଶାରଦ ଏବଂ ଦଳର ଜଣାଶୁଣା ଟିଭି ଚେହେରା। କଂଗ୍ରେସର ନୂଆ ଚେହେରା ପ୍ରଦୀପ ଦେବତା ମଧ୍ୟ ଏଠାରୁ ନିଜ ବିଜୟ ନେଇ ଆଶାବାଦୀ ଅଛନ୍ତି। ଗତଥର ଏଠାରେ ବିଜେଡିର ପ୍ରଭାସ ସିଂହ ବିଜେପି ପ୍ରାର୍ଥୀ ସୁବାସ ଚୌହାନଙ୍କୁ ପରାସ୍ତ କରିଥିଲେ।
ବରଗଡ଼ ଲୋକସଭା ଆସନରେ ପ୍ରସନ୍ନ, ସୁରେଶ
/sambad/media/post_attachments/wp-content/uploads/2019/04/Untitled-4-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)