ମୋଦୀଙ୍କ ପରି ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଦେଶ ପାଇଁ ସମ୍ମାନ ଆଣି ନାହାନ୍ତି: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁଲତାନପୁରର ବିଜେପି ସାଂସଦ ବରୁଣ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଦେଶ ପାଇଁ ସମ୍ମାନ ଏବଂ ପ୍ରତିଷ୍ଠା ଆଣି ଦେଇନାହାନ୍ତି। ଏପରିକି ତାଙ୍କ ପରିବାରରୁ ମଧ୍ୟ କେହି ମୋଦୀଙ୍କ ପରି ଦେଶକୁ ସମ୍ମାନ ଆଣି ଦେଇନାହାନ୍ତି ବୋଲି ବରୁଣ ଗାନ୍ଧୀ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ବରୁଣ ଗାନ୍ଧୀ। ସେ ଉତ୍ତରପ୍ର‌ଦେଶର ପିଲିଭିଟ୍‌ରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବାବେଳେ ପିଲିଭିଟ୍‌ରେ ଏକ ନିର୍ବାଚନୀ ରୢାଲି ସମୟରେ ମୋଦୀଙ୍କୁ ପ୍ରଶଂସା କରି ଏଭଳି ମନ୍ତବ୍ୟ ରଖିଛନ୍ତି। ବରୁଣ କହିଛନ୍ତି, ବାଜପେୟୀ ଏକ ସାଧାରଣ ପରିବାରରୁ ଆସିଥିଲେ। କିନ୍ତୁ ସେ ସେତେ ଅଭାବବୋଧ ସାମ୍ନା‌ କରିନଥିଲେ। କିନ୍ତୁ ମୋଦୀ ଅତ୍ୟନ୍ତ ଆର୍ଥିକ ଅନଗ୍ରସର ପରିବାରରୁ ଆସିଥିଲେ ମଧ୍ୟ ତାଙ୍କ ନେତୃତ୍ବରେ ଦେଶକୁ ‌ଯେତିକି ସମ୍ମାନ ଏବଂ ପ୍ରତିଷ୍ଠା ମିଳିଛି ତାହା ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଦେଖିବାକୁ ମିଳିନି। ସତ କହିବାକୁ ଗଲେ ତାଙ୍କ ନିଜ ପରିବାରରୁ ବି କିଛି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ମୋଦୀଙ୍କ ପରି କେହି ଦେଶକୁ ସମ୍ମାନ ଆଣି ଦେଇନାହାନ୍ତି ବୋଲି ବରୁଣ ଗାନ୍ଧୀ କହିଛନ୍ତି। ମୋଦୀଙ୍କ ଉପରେ କୌଣସି ଦୁର୍ନୀତି ମାମଲା ନାହିଁ। ମୋଦୀଙ୍କର ଯେତେବେ‌ଳେ କେହି ନାହାନ୍ତି ସେ କାହାପାଇଁ ଦୁର୍ନୀତି କରିବେ , ସେ କେବଳ ଦେଶପାଇଁ ହିଁ ବ୍ୟସ୍ତ ଅଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର