ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ମେଣ୍ଟ ସହଯୋଗୀ ବସପା (ବହୁଜନ ସମାଜ ପାର୍ଟି) ଏବଂ ସପା (ସମାଜବାଦୀ ପାର୍ଟି) ଦଳ ପାଇଁ ଏବେ ପାଣ୍ଠିର ସୁଅ ଛୁଟୁଛି। ସବୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ବସପାର ବ୍ୟାଙ୍କ ବାଲାନ୍ସ ସବୁଠୁ ଅଧିକ। ଏହା ପଛକୁ ରହିଛି ସପା। ଗତ ଫେବ୍ରୁଆରି ୨୫ରେ ଇସିଙ୍କ ନିକଟରେ ଦାଖଲ ହୋଇଥିବା ବିଏସ୍ପିର ଖର୍ଚ୍ଚ ବିବରଣୀ ରିପୋର୍ଟ ଅନୁଯାୟୀ ଦଳର ଏନ୍ସିଆରର ୮ଟି ଆକାଉଣ୍ଟ୍ରେ ୬୬୯ କୋଟି ଜମା ରହିଥିବା ଏହା ଦର୍ଶାଇଛି। ଦଳ ପାଖରେ ମଧ୍ୟ ନଗଦ ୯୫.୫୪ ଲକ୍ଷ ଟଙ୍କା ଅଛି। ଏହା ପଛକୁ ସପାର ବ୍ୟାଙ୍କ୍ ଆକାଉଣ୍ଟ୍ରେ ୪୭୧ କୋଟି ଟଙ୍କା ରହିଛି। ତେବେ ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପରେ ସପାର ବ୍ୟାଙ୍କ୍ ଜମା ୧୧ କୋଟି କମିଯାଇଛି। ଅନ୍ୟପକ୍ଷେ କଂଗ୍ରେସ ରହିଛି ତୃତୀୟ ସ୍ଥାନରେ। ଦଳର ବ୍ୟାଙ୍କ୍ ବାଲାନ୍ସ ଏବେ ରହିଛି ୧୯୬ କୋଟି। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପରେ ଗତ ନଭେମ୍ବର ୨ ତାରିଖରେ ଦଳ ପକ୍ଷରୁ ଇସିଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ନିର୍ବାଚନ ଜିତିବାପରେ ଦଳ ପକ୍ଷରୁ ଇସିଙ୍କ ନିକଟରେ କୌଣସି ଜମା ରାଶିର ବିବରଣୀ ଦିଆଯାଇନି। ଟିଡିପିର ଜମା ରାଶି ୧୦୭ କୋଟି ଥିବାବେଳେ ବିଜେପିର ଜମା ରାଶି ୮୨ କୋଟି ଥାଇ ଏହା ପଞ୍ଚମ ସ୍ଥାନରେ ରହିଛି। ଗତ ନଭେମ୍ବର ଡିସେମ୍ବରରେ ହୋଇଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ବସପା ୨୪ କୋଟି ଟଙ୍କା ସଂଗ୍ରହ କରିବାପରେ ସକ୍ଷମ ହୋଇଥିବାବେଳେ ଏହି ସମୟରେ ଦଳର ଜମା ରାଶି ୬୬୫ କୋଟିରୁ ଆହୁରି ୫ କୋଟି ବୃଦ୍ଧି ପାଇଥିଲା। ଅନ୍ୟପକ୍ଷେ ଏହି ସମୟରେ ସପାର ଜମାରାଶି ୧୧ କୋଟି ଟଙ୍କା କମିଥିଲା। ତେବେ ଏଡିଆର ଦ୍ବାରା ଉପରୋକ୍ତ ଦଳ ଗୁଡ଼ିକର ହୋଇଥିବା ଆଇଟିଆର ଆକଳନରୁ ଜଣାପଡ଼ିଛି ଯେ ୨୦୧୬ -୧୭ ବର୍ଷ ପାଇଁ ବିଜେପିର ରୋଜଗାର ସବୁଠୁ ଅଧିକ ଥିଲା। ଏହି ବର୍ଷ ବିଜେପିର ରୋଜଗାର ୧୦୩୪ କୋଟି ରୋଜଗାର ହୋଇଥିଲା ଏବଂ ୨୦୧୭-୧୮ରେ ଏହା ୧୦୨୭ ଥିଲା। ତେବେ ଏହି ସମାନ ସମୟ ମଧ୍ୟରେ ବିଏସ୍ପିର ରୋଜଗାର ୧୭୪ କୋଟିରୁ ୫୨ କୋଟିକୁ କମି ଯାଇଥିଲା। ୨୦୧୬-୧୭ ବର୍ଷ ପାଇଁ କଂଗ୍ରେସର ରୋଜଗାର ଥିଲା ୨୨୫ କୋଟି। କିନ୍ତୁ ଏହାର ପରବର୍ତ୍ତି ବିତ୍ତିୟ ବର୍ଷରେ କଂଗ୍ରେସ ନିଜର ରୋଜଗାର ଘୋଷଣା କରିନି। ତେବେ ଗତ ବିତ୍ତିୟ ବର୍ଷ ଗୁଡ଼ିକରେ ସିପିଏମ୍ର ରୋଜଗାର ୧୦୦ କୋଟିରୁ ଅଧିକ ଥିବା ଏହା ଘୋଷଣା କରିଛି। ତେବେ ସ୍ବେଚ୍ଛାକୃତ ଅନୁଦାନ ଦ୍ବାରା ଦଳ ଗୁଡ଼ିକର ୮୭ ପ୍ରତିଶତ ରୋଜଗାର ହେଉଥିବା ଜଣାପଡ଼ିଛି।
ବସପାର ବ୍ୟାଙ୍କ୍ ବାଲାନ୍ସ ସବୁଠୁ ଅଧିକ, ଆକାଉଣ୍ଟ୍ରେ ୬୭୦ କୋଟି
/sambad/media/post_attachments/wp-content/uploads/2019/04/Untitled-13-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)