ଅନୁଗୁଳ, ଗଞ୍ଜାମ ଜିଲ୍ଲାର ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ 

ଭୁବନେଶ୍ବର: ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ବହୁ ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି କାର୍ଯ୍ୟାଳୟରେ ଆ‌ୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ସ୍ବାଗତ କରିଥିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ର ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ପୌରପାଳିକାର ପୂର୍ବତନ କାଉନ୍‌ସିଲର୍‌ ପ୍ରଦୀପ୍ତ କୁମାର ରାଉତ, ସୁନିଲ କୁମାର ତୁଲସୀୟାନଙ୍କ ସମେତ ରବୀନ୍ଦ୍ର ପ୍ରସାଦ, ଅନୁଗୁଳ ବ୍ଲକ୍ ବଳାଙ୍ଗ ଗ୍ରାମ ପଞ୍ଚାୟତର ଅଖିଳ ସେଠୀ ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ। ସେହିପରି ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା ତାଙ୍କର ବହୁ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର