ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିଜ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଦ୍ବାରା ହତ୍ୟାର ଶିକାର ହେବେ ବୋଲି ଗତକାଲି ଅଭିଯୋଗ କରିବାପରେ ଆଜି ବିଜେପି ଏନେଇ କେଜ୍ରିୱାଲ୍ଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ଦାବି କରିଛି। ବିଜେପିର ଦିଲ୍ଲୀ ବିଭାଗ ପକ୍ଷରୁ ଦିଲ୍ଲୀ ପୁଲିସ ନିକଟକୁ ଏକ ଅଭିଯୋଗ ପତ୍ର ଲେଖାଯାଇ କୁହାଯାଇଛି ଯେ କେଜ୍ରିୱାଲ୍ ତାଙ୍କର ଏଭଳି ବୟାନ ପାଇଁ କ୍ଷମା ମାଗନ୍ତୁ ନଚେତ୍ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଉ। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କରଙ୍କ ଦ୍ବାରା ଏହି ଅଭିଯୋଗ ପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି।
କେଜ୍ରିୱାଲ୍ଙ୍କ ସୁରକ୍ଷା ପ୍ରତ୍ୟାହାର ଦାବି କଲା ବିଜେପି
/sambad/media/post_attachments/wp-content/uploads/2019/05/bjp-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)