ଭୁବନେଶ୍ବର: ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସତ୍ୟବ୍ରତ ପାତ୍ର, ନିମାପଡ଼ାର ସ୍ମତି ପ୍ରକାଶ ନନ୍ଦ ଓ ପ୍ରତାପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିପରି ମୟୁରଭଞ୍ଜ ଜିଲ୍ଲାର ବିଜେପି ଅନୁସୂଚିତ ଜନଜାତି ସେଲ୍ ମୁଖପାତ୍ର ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଛବି ମାହାଲିଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି।
ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲାର କଂଗ୍ରେସର ଉପସଭାପତି ଅଶ୍ବିନୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ପୂର୍ଣ୍ଣେଶ ସେନାପତି, ନିମାପଡ଼ା ଏନଏସି ପୂର୍ବତନ ସଭାପତି ବିଭୂତି ଭୂଷଣ ସ୍ବାଇଁ, ପୂର୍ବତନ ବ୍ଲକ ସଭାପତି ଅମତା ସ୍ବାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ସାହୁ, କୃଷକ ସେଲ୍ ଅଧ୍ୟକ୍ଷ ପ୍ରଦୀପ୍ତ ସାମନ୍ତରାୟ, ବ୍ଲକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସେଠୀ, ଜିଲ୍ଲା କଂଗ୍ରେସ ସମ୍ପାଦକ ଅସମତ ବକ୍ସ, ରମେଶ ପ୍ରଧାନ, ଜିଲ୍ଲା କୃଷକ ସେଲ ଉପସଭାପତି ଭୀମସେନ ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେହିପରି କଟକ ସଦର ବିଧାନସଭା ଆସନର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ବରେ ୭୦୦ କଂଗ୍ରେସ ଓ ବିଜେପି କର୍ମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମୀର ମହମ୍ମଦ ଅମୀରଙ୍କ ନେତୃତ୍ବରେ ୨୦୦ ସଂଖ୍ୟାଲଘୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ମିଶିଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଦଳ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ ଏତେ ସଂଖ୍ୟାରେ ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡିର ନିମାପଡ଼ା ବିଧାୟକ ପ୍ରାର୍ଥୀ ସମୀର ଦାଶ, କଟକ-ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା, ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ, କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଓ ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Untitled-1-10.jpg)