ସାଧ୍ବୀଙ୍କୁ ବିଜେପି ନେତ୍ରୀଙ୍କ ବିରୋଧ, କ୍ଷମାପ୍ରାର୍ଥନା ପରେ ହିଁ ସମର୍ଥନ ଘୋଷଣା

‌ଭୋପାଳ: ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଳୀୟ ନେତ୍ରୀମାନେ ମଧ୍ୟ ତାଙ୍କ ବୟାନ ପାଇଁ ତାଙ୍କୁ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ବିଜେପିର ମୁସଲିମ୍‌ ନେତ୍ରୀ ଫତିମା ରସୁଲ ସିଦ୍ଦିକୀ ଆଜି କହିଛନ୍ତି ଯେ ସାଧ୍ବୀଙ୍କ ବୟାନ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ସେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେ ତାଙ୍କ ପାଇଁ ପ୍ରଚାର କରିବେନି ବୋଲି କହିଛନ୍ତି। ଆଜି ଗଣମାଧ୍ୟମରେ ନିଜର ମତ ରଖି ଫତିମା ଏଭଳି ଦାବି ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛିଦିନ ତ‌ଳେ ସାଧ୍ବୀ ପ୍ରଜ୍ଞା‌ ଅଯୋଧ୍ୟାରେ ବାବ୍ରି ମସଜିଦ୍ ଭଙ୍ଗାଯିବା ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ସେ ଅଭିଶାପ ଦେବାରୁ ହେମନ୍ତ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ‌‌ବୋଲି ସାଧ୍ବୀ କହିଥିଲେ। କିନ୍ତୁ ସାଧ୍ବୀଙ୍କ ବୟାନକୁ ଏବେ ଦଳୀୟ ନେତା ଏବଂ କର୍ମୀମାନେ ବିରୋଧ କରିବାରୁ ତାଙ୍କର ଅଡ଼ୁଆ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର