ନୂଆଦିଲ୍ଲୀ: ବିଜେପି ତା’ର ବିଚାରଧାରାକୁ ନେଇ ଆଜି ଏକ ବିଶାଳ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହି ଦଳକୁ ‘ମୋଦୀ-କୈନ୍ଦ୍ରିକ’ ବୋଲି ଯେଉଁ ସମାଲୋଚନା କରାଯାଉଛି ତାହା ଭୁଲ। ଆମ ଦଳ ବିଚାରଧାରା କୈନ୍ଦ୍ରିକ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପିଟିଆଇକୁ ଏକ ସାକ୍ଷାତକାରରେ କହିଛନ୍ତି। ଚଳିତ ନିର୍ବାଚନରେ ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ମଧ୍ୟ ଯେଉଁ ଆଶଙ୍କା କରାଯାଉଛି ତାହା ଭୁଲ୍ ବୋଲି ଦର୍ଶାଇ ଗଡ଼କରୀ କହିଥିଲେ ଯେ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବୁ ଏବଂ ୨୦୧୪ ତୁଳନାରେ ଅଧିକ ଆସନରେ ବିଜୟୀ ହେବୁ।
ବିଜେପି ଅତୀତରେ ବି ଅଟଳ ଏବଂ ଆଡଭାନୀଙ୍କ ଦଳ ନଥିଲା ଏବଂ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଦଳ ଭାବେ ପରିଚାଳିତ ହେଉନାହିଁ ବୋଳି ଗଡ଼କରୀ କହିଛନ୍ତି। ତେବେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରର ପରିପୂରକ ବୋଲି ଦର୍ଶାଇ ଗଡ଼କରୀ କହିଛନ୍ତି ଯେ ଦଳ ପାଇଁ ସଂପୂର୍ଣ୍ଣ ସମର୍ପିତ ହୋଇ କାର୍ଯ୍ୟ କରୁଥିବା ନେତାଙ୍କୁ ନେଇ ଭୁଲ୍ ଧାରଣା ସୃଷ୍ଟି କରାଯିବା ଉଚିତ ନୁହେଁ। ଯଦି ନେତା ଦୁର୍ବଳ ହେବେ ତା’ହେଲେ ଦଳ ଶକ୍ତିଶାଳୀ ହେଲେ ମଧ୍ୟ ନିର୍ବାଚନ ଜିତି ହେବନାହିଁ । ତେଣୁ ଦଳ ସହିତ ନେତା ବି ଶକ୍ତିଶାଳୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିରୋଧୀଦଳମାନେ ବିଜେପିର ବିକାଶ ଧାରାକୁ ରୋକିବା ପାଇଁ ଜାତିବାଦ ଏବଂ ସାଂପ୍ରଦାୟିକବାଦର ବିଷ ସୃଷ୍ଟି କରୁଛନ୍ତି। ତେବେ ସେମାନେ ଏଥିରେ ସଫଳ ହେବେନାହିଁ, କାରଣ ଜାତୀୟତାବାଦ ଆମ ଦଳର ଆତ୍ମା ବୋଲି ଗଡ଼କରୀ କହିଛନ୍ତି।
ବିଜେପି ମୋଦୀ-ଶାହଙ୍କ ଦଳ ନୁହେଁ: ଗଡ଼କରୀ
ମୋଦୀକୈନ୍ଦ୍ରିକ ନୁହେଁ, ବିଚାରଧାରା କୈନ୍ଦ୍ରିକ, ୨୦୧୪ ତୁଳନାରେ ଅଧିକ ଆସନ ମିଳିବ
/sambad/media/post_attachments/wp-content/uploads/2019/05/GADKARI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)