କଂଗ୍ରେସର ଫାୟାରବ୍ରାଣ୍ଡ ଯୁବ ନେତା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିରେ ଏବେ ରାଜନୈତିକ ଉଷ୍ମତା କାହିଁରେ କଣ। ଲୁଲୁ ଏହି ଆସନରୁ ଲଗାତାର ତିନ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପତିଆରା ସୃଷ୍ଟି କରିଥିଲେ। ତେବେ ୨୦୦୯ରେ ବିଜେଡି ନେତା ସଂଜୟ ଦାସବର୍ମା ତାଙ୍କୁ ଚେକ୍ ଦେଇଥିଲେ। ୨୦୧୪ରେ ବି ସଂଜୟ ବ୍ରହ୍ମଗିରି ଆସନକୁ ନିଜ କବ୍ଜାରେ ରଖିଥିଲେ। ୨୦୧୭ ମସିହାରେ ଲୁଲୁଙ୍କ ଆକସ୍ମିକ ନିଧନ ପରେ ତାଙ୍କ ସୁପୁତ୍ରୀ ଉପାସନା ଓ ସାନଭାଇ ପୂର୍ବତନ ରଣଜୀ ଓ ଇଷ୍ଟଜୋନ୍ କ୍ରିକେଟ୍ ଖେଳାଳି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବେବି) ମଙ୍ଗ ସମ୍ଭାଳିଛନ୍ତି। ତେବେ କଂଗ୍ରେସରେ ତାଙ୍କୁ ଅଣଦେଖା କରାଯିବା ପ୍ରତିବାଦରେ ଲୁଲଙ୍କ ଝିଅ ଓ ବଡ଼ଭାଇ ବିଜେପିରେ ଯୋଗ ଦେବା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ୨୦୧୪ରେ ଲୁଲୁ ମାତ୍ର ୧୩୪୧ ଭୋଟରେ ସଂଜୟଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ସଂଜୟ ଓ ଲଳିତେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ।
ହେଭିୱେଟ୍ ଲଢ଼େଇ: ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ, ସଂଜୟ ଦାସବର୍ମା ଓ ଲଳିତେନ୍ଦୁ
/sambad/media/post_attachments/wp-content/uploads/2019/04/Untitled-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)