ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ବିହାର କୋର୍ଟ ସମନ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନି ମାମଲା ଆଧାରରେ ଅଦାଲତ ଆସନ୍ତା ମେ’ ୨୦ ତାରିଖରେ ହାଜର ହେବାକୁ ରାହୁଲଙ୍କୁ ସମନ କରିଛନ୍ତି। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ନିକଟରେ ଏକ ନିର୍ବାଚନ ରୢାଲିରେ କହିଥିଲେ ଯେ ‘ସବୁ ଚୋରଙ୍କ ନାଁ ମୋଦୀ କାହିଁକି ଅଛି ।’ ତେବେ ରାହୁଲଙ୍କର ଏହି ଟିପ୍ପଣୀକୁ ବିରୋଧ କରି ସୁଶୀଲ ମୋଦୀ ପାଟନା ସିଭିଲ୍ କୋର୍ଟରେ ଏକ ମାନହାନି ମାମଲା ରୁଜୁ କରିଥିଲେ। ଏଭଳି ଟିପ୍ପଣୀ ତାଙ୍କୁ ଖୁବ୍ ଅପମାନିତ କରିଛି ଏବଂ ଦେଶର ଅନ୍ୟ ମୋଦୀ ସାଜ୍ଞା ଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ଅପମାନିତ ହୋଇଛନ୍ତି ବୋଲି ସୁଶୀଲ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ରାହୁଲଙ୍କ ‘ଚୌକିଦାର ଚୋର ହୈ’ ସ୍ଲୋଗାନ୍ ପାଇଁ ରାହୁଲ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ମଧ୍ୟ ସ୍ଥାନୀୟ ଏକ କୋର୍ଟରେ ମାମଲା ରୁଜୁ ହୋଇଛି। ସତ୍ୟବ୍ରତ ନାମକ ଜଣେ ଓକିଲ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ମାନହାନି ମାମଲା: ରାହୁଲଙ୍କୁ ସମନ କଲେ ବିହାର କୋର୍ଟ
/sambad/media/post_attachments/wp-content/uploads/2019/04/Rahul_gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)