ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ସହ ‘ ଚୌକିଦାର ଚୋର ହୈ’ ଟିପ୍ପଣୀକୁ ଯୋଡ଼ି ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ସୁପ୍ରିମ୍ କୋର୍ଟରୁ ଆଶ୍ବସ୍ତି ମିଳିନାହିଁ। ଅଦାଲତ ଅବମାନନା ମାମଲା ବନ୍ଦ କରିବାପାଇଁ ରାହୁଲଙ୍କ ପକ୍ଷରୁ କୋର୍ଟରେ ଅନୁରୋଧ କରାଯାଇଥିଲେ ମଧ୍ୟ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏଏମ୍ ସିଂଘଭି କୋର୍ଟରେ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ଏହି ମାମଲାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ସାରିଛନ୍ତି, ତେଣୁ ତାଙ୍କ ବିରୋଧରେ ଥିବା ଏହି ମାମଲାକୁ ବନ୍ଦ କରାଯାଉ। ଅନ୍ୟପକ୍ଷେ ଆବେଦନକାରୀ ବିଜେପି ସାଂସଦ ମୀନାକ୍ଷୀ ଲେଖିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ମୁକୁଲ୍ ରୋହତଗି ଖଣ୍ଡପୀଠଙ୍କୁ କହିଥିଲେ ଯେ ଗାନ୍ଧୀଙ୍କ ଦ୍ବାରା କରାଯାଇଥିବା କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରାଯାଉ ଏବଂ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ। ରାହୁଲ ତାଙ୍କର ଏହି ଟିପ୍ପଣୀ ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ରୋହତଗି ଦାବି କରିଛନ୍ତି।
ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2019/05/rahul-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)