ନୂଆଦିଲ୍ଲୀ: ରାଫେଲ ଚୁକ୍ତି ବାବଦରେ ସୁପ୍ରିମ୍ କୋର୍ଟଙ୍କୁ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବୟାନ ଦେବା ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସ୍ଥିତି କରିଛି । ରାହୁଲ ସୁ୍ପ୍ରିମ୍ କୋର୍ଟଙ୍କୁ ଅବମାନନା କରିଥିବା ଦର୍ଶାଇ ଆଜି ଅପରାଧିକ ମାମଲା ରୁଜୁ କରିଛନ୍ତି ବିଜେପି ସାଂସଦ ମୀନାକ୍ଷି ଲେଖି। ସୁପ୍ରିମ୍ କୋର୍ଟ ଏହି ମାମଲାକୁ ଗ୍ରହଣ କରି ଆସନ୍ତା ୧୫ ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଏହି ମାମଲା ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ସଙ୍କଟ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି । ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ରାୟକୁ ଯୋଡ଼ି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ମିଥ୍ୟା ବୟାନ ଦେଇଥିବା ନେଇ ଏକାଧିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଛି। ରାହୁଲ ‘ଚୌକିଦାର ଚୋର ହୈ’ ବୟାନକୁ ଏଭଳି ଉପସ୍ଥାପନ କରିଥିଲେ ଯେଭଳି କି ତାହା ସୁପ୍ରିମ୍ କୋର୍ଟ କହିଛନ୍ତି ଏବଂ ରାଫେଲରେ ଦୁର୍ନୀତି ହୋଇଥିବା ଗ୍ରହଣ କରିଛନ୍ତି। ତେବେ ସୁପ୍ରିମ୍ କୋର୍ଟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏହି ଚୁକ୍ତିରେ ଅନିୟମିତତା ନେଇ କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ରାହୁଲ କେବଳ ବିଭ୍ରାନ୍ତି ସୃଷ୍ଟି କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରିଥିବା ବିଜେପି କହିଛି ଏବଂ ଏହା ବିରୋଧରେ ଆଇନଗତ ଲଢ଼େଇ ହେବ ବୋଲି କହିଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ରାହୁଲଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚୋର ବୋଲି କହୁଥିବା ଏହି ନେତାଙ୍କର ସାମାନ୍ୟତମ ଶାଳୀନତା ନାହିଁ ବୋଲି କହିଛନ୍ତି। ବିଜେପି ଲୋକଙ୍କୁ ସତ୍ୟ ଅବଗତ କରାଇବ ବୋଲି ସେ କହିଛନ୍ତି।
ରାଫେଲ ବୟାନ: ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ୧୫ରେ ଶୁଣାଣି
/sambad/media/post_attachments/wp-content/uploads/2019/04/rahlu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)