ଆମେଥି: ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ୱାୟନାଡ଼ରୁ ଲୋକସଭା ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିପତ୍ରକୁ ଆମେଥିରେ ସ୍ବାଥୀନ ପ୍ରାର୍ଥୀମାନେ ଚ୍ୟାଲେଂଜ କରିଛନ୍ତି। ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦିଆଯାଇଥିବା ତଥ୍ୟକୁ ଚ୍ୟାଲେଂଜ କରି ସ୍ବାଧୀନ ପ୍ରାର୍ଥୀଙ୍କ ଓକିଲମାନେ ଏ ବାବଦ ସ୍ଥିତି ସ୍ପଷ୍ଟ କରିବାକୁ ଆବେଦନ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍ ରାହୁଲଙ୍କ ପ୍ରାର୍ଥିପତ୍ରକୁ ଚ୍ୟାଲେଂଜ କରି କହିଛନ୍ତି ଯେ ରାହୁଲ ଜଣେ ବ୍ରିଟିଶ ନାଗରିକ ହୋଇଥିବାରୁ ସେ କିଭଳି ଭାରତରେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହେବେ ତାହା ନିର୍ବାଚନ କମିସନ ସ୍ପଷ୍ଟ କରିବା ଦରକାର। ବ୍ରିଟେନ୍ରେ ପଞ୍ଜିକୃତ ହୋଇଥିବା ଏକ କମ୍ପାନିର ସାର୍ଟିଫିକେଟ୍ ଆଧାରରେ ରାହୁଲ ନିଜକୁ ଜଣେ ବ୍ରିଟେନ୍ ନାଗରିକ ବୋଲି ଘୋଷଣା କରିଥିବା ପ୍ରମାଣ ରହିଛି ବୋଲି ସେ କହିଛନ୍ତି। ୨୦୦୪ ସତ୍ୟପାଠରେ ରାହୁଲ କହିଥିଲେ ଯେ ସେ ବ୍ରିଟେନ୍ର ଏକ କମ୍ପାନିରେ ବିନିଯୋଗ କରିଥଲେ ଏବଂ ୨୦୦୫ରେ ଉକ୍ତ କମ୍ପାନିର କାଗଜପତ୍ରରେ ତାଙ୍କୁ ଜଣେ ବ୍ରିଟିଶ୍ ନାଗରିକ ଭାବେ ଦର୍ଶାଯାଇଥିଲା। ଏହି ଅଭିଯୋଗ ପରେ ମାମଲାକୁ ନିର୍ବାଚନ କମିସନ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଆଗାମୀ ୨୨ ତାରିଖ ଦିନ ଆବଶ୍ୟକ ପ୍ରମାଣ ଆଧାରରେ ଏ ବାବଦ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ରାହୁଲଙ୍କ ଓକିଲ ଏ ବାବଦରେ ଅଧିକ ସମୟ ଦାବି କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ କେବଳ ତାଙ୍କୁ ୨ ଦିନ ସମୟ ଦେଇଛନ୍ତି। ରାହୁଲଙ୍କ ନାଗରିକତା ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ତାଙ୍କର ପ୍ରାର୍ଥିପତ୍ର ଗ୍ରହଣ ନକରିବା ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କ ଆଇନଜୀବୀ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେପି ଆଜି ଏହି ମାମଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ତାଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ କହିଛନ୍ତି। ରାହୁଲ ଯଦି ଏ ବାବଦରେ ସ୍ବଚ୍ଛ ଅଛନ୍ତି ତେବେ ତାଙ୍କ ଓକିଲ ଜବାବ ଦାଖଲ ପାଇଁ ଅଧିକ ସମୟ କାହିଁକି ଚାହୁଛନ୍ତି ବୋଲି ବିଜେପି ଜାତୀୟ ପ୍ରବକ୍ତା ଜିଭିଏଲ୍ ନରସିଂହ ରାଓ ପ୍ରଶ୍ନ କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ବଭିନ୍ନ ନିର୍ବାଚନୀ ସତ୍ୟପାଠରେ ରାହୁଲ ନିଜ ବାବଦରେ ଦେଇଥିବା ତଥ୍ୟ ବିଭ୍ରାନ୍ତିକର ଥିଲା ବୋଲି ଜିଭିଏଲ୍ କହିଛନ୍ତି। ରାହୁଲ ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବାରମ୍ବାର ବଦଳାଉଥିବାରୁ ପ୍ରକୃତ ଯୋଗ୍ୟତା କ’ଣ ତାହା ଦେଶବାସୀଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ନାଗରିକତା ପ୍ରସଙ୍ଗରେ ରାହୁଲଙ୍କ ପ୍ରତିକ୍ରିୟା ମିଳିନାହିଁ।
ରାହୁଲଙ୍କ ପ୍ରାର୍ଥିତ୍ବକୁ ଚ୍ୟାଲେଂଜ: ନାଗରିକତାକୁ ନେଇ ବିବାଦ, ୨୨ରେ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି
/sambad/media/post_attachments/wp-content/uploads/2019/04/ra-ga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)