ନିର୍ବାଚନରେ ବିଜେଡି ଜିତିବ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଥମ ୪ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ସରିଥିବାବେଳେ ବିଜେଡି ଏଥି‌େର ଖୁବ୍ ଭଲ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଜି ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ସାକ୍ଷାତ କରି ସାରିବା ପରେ ସାମ୍ବାଦିକ ମାନଙ୍କ ଦ୍ବାରା ନିର୍ବାଚନର ଫଳାଫଳ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏତଦ୍‌ବ୍ୟତୀତ ପାଟକୁରା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଆଇନ ତା ବାଟରେ ଯିବ। ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କରମର୍ଦ୍ଦନକୁ ନେଇ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିମାନ‌େର ସାକ୍ଷାତ ହୋଇଥିଲା ଏବଂ ସୌଜନ୍ୟତା ଦୃଷ୍ଟିରୁ ମୁଁ ତାଙ୍କ ସହ କରମର୍ଦ୍ଦନ କରିଥିଲି।

ସମ୍ବନ୍ଧିତ ଖବର