ବ୍ରହ୍ମପୁର:ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆଜି ରାଜ୍ୟସଭା ମୁଆଁ ଦେଇଛନ୍ତି। ସୋମବାର ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁରରୁ ବିଧାୟକ ପ୍ରାର୍ଥୀ କରାଯିବା ପରେ ବିଜେଡି ଶିବିରରେ ଯେଉଁ ଅସନ୍ତୋଷ ପ୍ରକାଶ ପାଇଥିଲା ତାହାକୁ ପ୍ରଶମିତ କରିବା ପାଇଁ ବିଜେଡି ମୁଖିଆ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଶ୍ରୀ ଚ୍ୟାଉ ପଟ୍ଟନାୟକ ଏହା ପରେ ବ୍ରହ୍ମପୁର ବିଜେଡିରେ ଦେଖାଯାଇଥିବା ଅସନ୍ତୋଷକ୍ୁ ଅସ୍ବୀକାର କରିଛନ୍ତି ଓଲଟା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସମ୍ମାନ ଦିଅନ୍ତି ବୋଲି ଦାବି କରିଛନ୍ତି। ଏକଥା ବି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଆଶ୍ବାସନା ଦେଇଛନ୍ତି। କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ।
ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ଟିକେଟ୍
/sambad/media/post_attachments/wp-content/uploads/2019/03/download-2-32.jpg)