ନୂଆଦିଲ୍ଲୀ: କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ’ ବେଳେ ଘଟିଥିବା ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପଶ୍ଚିମବଂଗରେ ଆଜି ରାତି ୧୦ଟାରୁ ନିର୍ବାଚନ ପ୍ରଚାର ନିଷିଦ୍ଧ କରିଥିବାରୁ ଏହାକୁ ବିରୋଧୀ ଦଳମାନେ ଜୋର୍ଦାର ବିରୋଧ କରିଛନ୍ତି। ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅତ୍ୟନ୍ତ ପକ୍ଷପାତପୂର୍ଣ୍ଣ ଏବଂ କେବଳ ବିଜେପିକୁ ଫାଇଦା ଦେବାପାଇଁ ନିର୍ବାଚନ କମିସନ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି। ଏହି ନିଷ୍ପତ୍ତି ଅଗଣତାନ୍ତ୍ରିକ, ବେଆଇନ ଏବଂ ଅସାମ୍ବିଧାନିକ ବୋଲି ସେ ଦର୍ଶାଇଛନ୍ତି। ମମତାଙ୍କୁ ପୂର୍ଣ୍ଣ ସମର୍ଥନ କରି ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ନିର୍ବାଚନ କମିସନ ବିଜେପି କଥାରେ ପରିଚାଳିତ ହୋଇ ପ୍ରଚାର ସମୟସୀମାକୁ ଗୋଟିଏ ଦିନ କମାଇ ଦେଇଛନ୍ତି। ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିର୍ବାଚନ କମିସନଙ୍କୁ କଡ଼ା ସମାଲୋଚନା କରି ମୋଦୀ-ଶାହଙ୍କୁ ଫାଇଦା ଦେବାପାଇଁ ଗଣତନ୍ତ୍ର ଉପରେ କୁଠାରାଘାତ କରାଯାଇଛି ବୋଲି କହିଛନ୍ତି। କଂଗ୍ରେସ ମଧ୍ୟ ଏହି ମାମଲାରେ ମମତାଙ୍କୁ ସମର୍ଥନ କରି ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରିଛି। ଦଳ ମୁଖପାତ୍ର ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା ଏବେ ମୋଦୀ ସଂହିତା ପାଲଟିଯାଇଛି ଏବଂ ବିରୋଧୀ ଦଳଙ୍କ ସ୍ବରକୁ ଦବାଇବାକୁ ପ୍ରୟାସ ହେଉଛି।
ଇସିଙ୍କ ବିରୋଧରେ ବିରୋଧୀ ଏକଜୁଟ୍
/sambad/media/post_attachments/wp-content/uploads/2019/05/opp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)