ନୂଆଦିଲ୍ଲୀ : ଦିଲ୍ଲୀରେ ‘ଆପ୍-କଂଗ୍ରେସ ମେଣ୍ଟ’ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ଆଜି ଅବସାନ ଘଟିଛି। କଂଗ୍ରେସ ଆପ୍ ସହ ଅନ୍ୟ କୌଣସି ରାଜ୍ୟରେ ମେଣ୍ଟ କରିବାକୁ ଚାହୁନଥିବାରୁ ଦିଲ୍ଲୀରେ ମଧ୍ୟ କଂଗ୍ରେସ ସହ ମେଣ୍ଟ ସମ୍ଭବ ନୁହେଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀରେ କଂଗ୍ରେସର ୪:୩ ଆସନ ବୁଝାମଣା ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ ଏବଂ ହରିୟାଣାରେ ମଧ୍ୟ କଂଗ୍ରେସ- ଆପ୍ ମେଣ୍ଟ ହେବନାହିଁ ବୋଲି ସିସୋଦିଆ କହିଛନ୍ତି। ହରିୟାଣାରେ କଂଗ୍ରେସ ପ୍ରଥମେ ୬:୩:୧ ଫର୍ମୁଲାର ପ୍ରସ୍ତାବ ଦେଇଥିଲା। ହରିୟାଣାରେ କଂଗ୍ରେସ ୬ଟି, ଜନାୟକ ଜନତା ପାର୍ଟି ୩ଟି ଏବଂ ଆପ୍ ଗୋଟିଏ ଆସରେ ଲଢ଼ିବ ବୋଲି କଂଗ୍ରେସ ପ୍ରସ୍ତାବ ଦେଇଥିଲା। ତେବେ ଦିଲ୍ଲୀରେ ଯଦି କଂଗ୍ରେସର କିଛି ଅସ୍ତିତ୍ବ ନଥାଇ ଏହା ଅଧା ଆସନ ଦାବି କରୁଛି ତେବେ ସେହି ଯୁକ୍ତି ଆଧାରରେ କଂଗ୍ରେସ ପଞ୍ଜାବ ଏବଂ ହରିୟାଣାରେ ମେଣ୍ଟ କରିବା ଉଚିତ୍ ଥିଲା ବୋଲି ଆପ କହିଛି। ପଞ୍ଜାବରେ ଆପ୍ର ୨୦ ବିଧାୟକ ଏବଂ ୪ ସାଂସଦ ଅଛନ୍ତି ତେଣୁ ସେଠାରେ କାହିଁକି କଂଗ୍ରେସ-ଆପ୍ ମେଣ୍ଟ ପାଇଁ ସେମାନେ ରାଜି ହୋଇନଥିଲେ ବୋଲି ସିସୋଦିଆ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀରେ ଆପ୍-କଂଗ୍ରେସ ମେଣ୍ଟ ହେବନି
/sambad/media/post_attachments/wp-content/uploads/2019/03/918553323-AAPCongress_6-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)