ମୁମ୍ବାଇ: କଂଗ୍ରେସ ଟିକେଟ୍ରେ ମୁମ୍ବାଇ ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଲୋକପ୍ରୀୟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଏବଂ ସେ ପୁଲିସ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଉର୍ମିଳାଙ୍କର ଏକ ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଉର୍ମିଳା ବୋରିଭାଲି ଷ୍ଟେସନ୍ ନିକଟରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାଡ଼ପିଟ ହୋଇଥିଲା। ବିଜେପି କର୍ମୀମାନେ ଉର୍ମିଳାଙ୍କ ନିର୍ବାଚନୀ ପ୍ରଚାର ସ୍ଥଳରେ ତଥା ବୋରିଭାଲି ରେଳ ଷ୍ଟେସନ୍ ବାହାରେ ‘ମୋଦୀ ମୋଦୀ’ ସ୍ଲୋଗାନ୍ ଦେଉଥିବାବେଳେ କଂଗ୍ରେସ କର୍ମୀମାନେ ଏହାର ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ତେଣୁ ମାତୋଣ୍ଡକର ନିଜ ସୁରକ୍ଷା ଦୃଷ୍ଟିରୁ ପୁଲିସ ସୁରକ୍ଷା ଚାହିଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ମୁମ୍ବାଇ ଉତ୍ତର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟି ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନରେ ଉର୍ମିଳା ଏବଂ ଗୋପାଳଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେବ ବୋଲି ଜଣାପଡ଼ିଛି।
ଉର୍ମିଳାଙ୍କ ପ୍ରଚାର ବେଳେ, କଂଗ୍ରେସ-ବିଜେପି କର୍ମୀ ସଂଘର୍ଷ
/sambad/media/post_attachments/wp-content/uploads/2019/04/urmila.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)