ଭୁବନେଶ୍ବର: ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। କଂଗ୍ରେସର ବହୁ ମହିଳା କର୍ମୀ। ସେହିପରି ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେପି କର୍ମୀଙ୍କ ସମେତ ପୁରୀ ଶ୍ରୀମନ୍ଦିର ସିଂହାରୀ ସେବକ ତାଙ୍କ ସମର୍ଥକମାନଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ମଙ୍ଗଳବାର ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମହିଳା କଂଗ୍ରେସ ସଭାନେତ୍ରୀ କମଳା ତିରିଆ, ଭାଗ୍ୟଶ୍ରୀ ପ୍ରଧାନ, ସାଧାରଣ ସମ୍ପାଦିକା ସୁଜାତା ଜେନା, ସୋନପୁର ଜିଲ୍ଲା ସଭାନେତ୍ରୀ ବିଜୟିନୀ ତିରିଆ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କଂଗ୍ରେସର ସଂଖ୍ୟାଲଘୁ ସେଲ୍ ଉପାଧ୍ୟକ୍ଷ ମହମ୍ମଦ ଆରିଫ୍, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ସନ୍ତୋଷ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବିନତି ଜେନା, ଖୋର୍ଦ୍ଧା ପୌରପାଳିକାର ପୂର୍ବତନ କାଉନସିଲର ବିଜେପିର ବିରଞ୍ଚି ନାରାୟଣ ସେଠୀ, ଅନ୍ନପୂର୍ଣ୍ଣା ଦାସ, କଂଗ୍ରେସର ପ୍ରଶାନ୍ତ ରଥ, ବିଭୁତିଭୂଷଣ ମିଶ୍ର, ଲକ୍ଷ୍ମୀନାରାୟଣ ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ତୋଷ ହୋତା, ଜଟଣୀ ପୌରପାଳିକାର କଂଗ୍ରେସ ସାଧାରଣ ସମ୍ପାଦକ ଉମାକାନ୍ତ ମହାପାତ୍ର, ପୂର୍ବତନ କାଉନସିଲର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଖୋର୍ଦ୍ଧା ଜିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ନମିତା ପାଳ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସିଂହାରୀ ସେବକ ଗୌରହରି ସିଂହାରୀ ଏବଂ ତାଙ୍କ ସମର୍ଥକମାନେ ନିଜ ନିଜର ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ କଂଗ୍ରେସର ମହିଳା କର୍ମୀଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ ବୋଲି କହିଥିଲେ। ଏହାସହିତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଟାଣୁଆ ନେତା
ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସିଂହାରୀ ସେବକ ବି ଦଳରେ ସାମିଲ
/sambad/media/post_attachments/wp-content/uploads/2019/04/BJD-BJP-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)