ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଜି କଂଗ୍ରେସ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ବୟାନ ଦେଇଥିବାରୁ ତାଙ୍କୁ ନିର୍ବାଚନୀ ପ୍ରଚାରରୁ ବାରଣ କରିବାପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ଦାଏର କରିଛି କଂଗ୍ରେସ। ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ତଥା ଉତ୍ତର ପୂର୍ବ ଦିଲ୍ଲୀ ଆସନ ପ୍ରାର୍ଥୀ ସିଲା ଦିକ୍ଷୀତଙ୍କ ପୁଅ ସନ୍ଦୀପଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ଏବଂ କେଜ୍ରିୱାଲ୍ଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କଂଗ୍ରେସ ଚଳିତ ଲୋକସଭା ନିର୍ବାଚନରେ ଗୋଟିଏ ହେଲେ ହିନ୍ଦୁ ଭୋଟ୍ ପାଇବ ନାହିଁ। ମୁସଲିମ୍ମାନେ ମଧ୍ୟ ଏବାବଦରେ ଦ୍ବନ୍ଦ୍ବରେ ଅଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। କେରଳ, ଗୋଆ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ କଂଗ୍ରେସ ବିରୋଧୀଙ୍କୁ ଦୁର୍ବଳ କରୁଛି ବୋଲି କେଜ୍ରିୱାଲ କହିଥିଲେ।
ସାମ୍ପ୍ରଦାୟିକ ବୟାନ, କେଜ୍ରିୱାଲ୍ଙ୍କ ବିରୋଧରେ ଇସିଙ୍କ ଦ୍ବାରସ୍ଥ କଂଗ୍ରେସ
/sambad/media/post_attachments/wp-content/uploads/2019/04/Arvind_kejriwal_facebook_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)