ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ନିର୍ବାଚନ ହୋଇଥିବା ୫୪୨ ଆସନରୁ ବିଜେପି ୩୦୩ଟି ଆସନରେ ଜିତିଥିବାବେଳେ କଂଗ୍ରେସ ମାତ୍ର ୫୨ଟିରେ ସୀମିତ ରହିଛି। କଂଗ୍ରେସ ଗତ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଲୋକସଭା ନିର୍ବାଚନରେ ଫେଲ୍ ମାରିଲା। ‘ନ୍ୟାୟ’ ସମେତ ବିଭିନ୍ନ ଯୋଜନା ସତ୍ତ୍ବେ କଂଗ୍ରେସ ଭୋଟର୍ମାନଙ୍କ ବିଶ୍ବାସ ଜିଣିବାରେ ବିଫଳ ହୋଇଛି। ଏଥର କଂଗ୍ରେସ ଟିକଟରେ ଲଢ଼ିଥିବା ୯ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ବାଚନ ହାରିଛନ୍ତି। ଶୀଲା ଦିକ୍ଷିତ ୩ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଦକ୍ଷିଣ ପୂର୍ବ ଦିଲ୍ଲୀ ଆସନରେ ନିର୍ବାଚନ ଲଢ଼ିଥିବା ଶୀଲା ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କଠାରୁ ନିର୍ବାଚନ ହାରି ଯାଇଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦା ଦୀର୍ଘ ୧୪ ବର୍ଷ ପରେ ନିର୍ବାଚନ ଲଢ଼ିଥିବା ବେଳେ ହାରି ଯାଇଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ ଉତ୍ତରାଖଣ୍ଡରେ ଟାଣୁଆ ନେତା ଭାବେ ବିବେଚିତ ହେଉଥିବା ବେଳେ ଚଳିତ ଲୋକସଭା ନିର୍ବାଚନରେ ହାରି ଯାଇଛନ୍ତି। ସେହିପରି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଭୋପାଳ ଆସନରେ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କଠାରୁ ନିର୍ବାଚନ ହାରିଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରାପ୍ପା ମୋଇଲି ବିଜେପି ପ୍ରାର୍ଥୀଙ୍କ ଦ୍ବାରା ପରାଜିତ ହୋଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲକୁମାର ସିନ୍ଦେ ମଧ୍ୟ ସୋଲାପୁର ଆସନରେ ବିଜେପି ପ୍ରାର୍ଥୀଙ୍କଠାରୁ ନିର୍ବାଚନ ହାରିଛନ୍ତି। ଅନ୍ୟଜଣେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ନାନ୍ଦେଦ ଆସନରୁ ହାରିଯାଇଛନ୍ତି। ଅରୁଣାଚଳପ୍ରଦେଶରେ ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବାମ ତୁକି ମଧ୍ୟ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜ୍ଜୁଙ୍କ ଠାରୁ ପରାଜିତ ହୋଇଛନ୍ତି। ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ୍ ସାଙ୍ଗ୍ମା ମଧ୍ୟ ଚଳିତ ନିର୍ବାଚନରେ ତାଙ୍କର ଅନେକ ଦିନର ପ୍ରତିଦ୍ବନ୍ଦ୍ବୀ ପିଏ ସାଙ୍ଗ୍ମାଙ୍କ ଝିଅ ଅଗଥା ସାଙ୍ଗ୍ମାଙ୍କ ଦ୍ବାରା ତୁରାରେ ପରାଜିତ ହୋଇଛନ୍ତି।
କଂଗ୍ରେସରେ ବଡ଼ ବିପର୍ଯ୍ୟୟ: ୯ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଲେ
/sambad/media/post_attachments/wp-content/uploads/2019/05/Indian_National_Congress_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)