ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ସବୁ ରାଜନୈତିକ ଦଳରେ ଦଳଡିଆଁ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। କେଉଁ ଦଳ ମୁଖିଆ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ତ ଅନ୍ୟ କେଉଁ ଦଳର ଏହା ସଫଳତା ଭାବେ ବିବେଚନା କରାଯାଉଛି। ତେବେ ଏମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ହାତ ଛାଡ଼ିବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ବିଜେଡିରେ ଯୋଗଦେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ େହାଇଛି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁମିତ୍ରା ଜେନା ବିଜେଡିରେ ଯୋଗ ଦେଇଛନ୍ତିି। କଂଗ୍ରେସ ଦଳରେ ଟିକେଟ୍ ବଣ୍ଟନରେ ଅସନ୍ତୋଷ ବ୍ୟକ୍ତ କରି ସେ ଦଳ ଛାଡ଼ିଥିଲେ। ମହିଳାମାନଙ୍କୁ ଉପଯୁକ୍ତ ସଂଖ୍ୟାରେ ପ୍ରତିନିଧିତ୍ବ ପାଇଁ ସେ ଦାବି କରୁଥିଲେ। କିନ୍ତୁ ତାଙ୍କ ଦାବି ପ୍ରତି କଂଗ୍ରେସ ନେତୃତ୍ବ କର୍ଣ୍ଣପାତ କରିନଥିଲେ େବାଲି ସେ ଅଭିେଯାଗ କରିବା ସହିତ ଏହାର ପ୍ରତିବାଦରେ ଦଳ ଛାଡ଼ିବାକୁ ବାଧ୍ୟହେଲେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେବେ ବିଜେଡିରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରାଯିବା ଭଳି ମହିଳା ପ୍ରସଙ୍ଗ ତାଙ୍କୁ ବିଜେଡିରେ ଯୋଗଦେବା କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି। ଟିକେଟ୍ ପ୍ରଲୋଭନରେ ସେ ବିଜେଡିକୁ ଆସିନାହାନ୍ତିି। ଦଳ ତାଙ୍କୁ ଯେଉଁ କାମ ଦେବ ସେ ତାହା କରିବାକୁ ରାଜି ବୋଲି କହିଛନ୍ତି। ଉଲ୍ଳେଖଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ ହାତ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତିି। ୨୦୧୪ରେ ବିରୋଧୀ ଦଳ ନେତା ପଦବି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଭୂପିନ୍ଦର ସିଂହ।
ବିଜେଡିରେ ଯୋଗଦେଲେ କଂଗ୍ରେସ ସଭାନେତ୍ରୀ
/sambad/media/post_attachments/wp-content/uploads/2019/04/Untitled-14-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)