ମହାମେଣ୍ଟ-କଂଗ୍ରେସ ଯୁଦ୍ଧ ଡାକରା, ସପା-ବସପାକୁ ଘେରିଲେ ପ୍ରିୟଙ୍କା-ରାହୁଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ମହାମେଣ୍ଟ ବିରୋଧରେ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଥିବାରୁ ଏହାର ମୁକାବିଲା ପାଇଁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ନୂଆ ରଣନୀତି ଆପଣାଇଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟକୁ ସମାଲୋଚନା କରି କଂଗ୍ରେସକୁ ଭୋଟ୍‌ ଦେବାପାଇଁ ଆହ୍ବାନ ଦେବାପରେ ମହାମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଏକ ରୢାଲିରେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିୟନ୍ତ୍ରଣ ରହିଛି ଏବଂ ଏହି ଦୁଇ ଦଳ ସ୍ବାର୍ଥ ସାଧନ ପାଇଁ ଯେ କୌଣସି ସ୍ତରକୁ ଯାଇପାରନ୍ତି। ଅନ୍ୟପକ୍ଷରେ କଂଗ୍ରେସ କେନ୍ଦ୍ରରୁ ମୋଦୀ ସରକାରକୁ ହଟାଇବା ପାଇଁ ଚଳାଇଥିବା ଅଭିଯାନକୁ ଏହି ଦୁଇ ଦଳ ଦୁର୍ବଳ କରୁଥିବାରୁ ଜନସାଧାରଣ ଉତ୍ତର ପ୍ରଦେଶରେ କଂଗ୍ରେସକୁ ସମର୍ଥନ କଲେ ହିଁ ଦେଶରେ ପରିବର୍ତ୍ତନ ସମ୍ଭବ ବୋଲି ରାହୁଲ କହିଛନ୍ତି। ରାହୁଲଙ୍କ ଏହି ବୟାନକୁ ପ୍ରିୟଙ୍କା ସମର୍ଥନ କରି କହିଛନ୍ତି ଯେ ରାଜ୍ୟରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ବଦ୍ଧପରିକର ଏବଂ ସେହି ଆଧାରରେ ଦଳ ପ୍ରାର୍ଥୀ ଦେଇଛି। ତେବେ କଂଗ୍ରେସ ପ୍ରାର୍ଥୀ ଜିତିବେ ନହେଲେ ଭୋଟ୍‌ ବିଭାଜନ କରି ବିଜେପି ପ୍ରାର୍ଥୀଙ୍କୁ ହରାଇବେ ବୋଲି ପ୍ରିୟଙ୍କାଙ୍କ ବୟାନକୁ ଅଖିଳେଶ ସମାଲୋଚନା କରିଛନ୍ତି। ରାଜ୍ୟରେ ସମର୍ଥନ ଆଧାର ହରାଇଥିବା କଂଗ୍ରେସର ଅସଲ ଚେହେରା ଏବେ ପଦାରେ ପଡ଼ିଯାଇଛି ଏବଂ ପ୍ରକୃତରେ ଏହି ଦଳ ବିଜେପିକୁ ପରୋକ୍ଷ ଭାବେ ସହଯୋଗ କରୁଛି ଏବଂ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଅଖିଳେଶ କହିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ରାଜ୍ୟ ଏବଂ ଦେଶ ସ୍ବାର୍ଥ ବିରୋଧରେ କାମ କରୁଥିବାରୁ ଭୋଟର୍‌ମାନେ ଉଭୟ ଦଳକୁ ପ୍ରତ୍ୟାଖ୍ୟାନ କରି ମହାମେଣ୍ଟକୁ ବିଜୟୀ କରାଇବାକୁ ଅଖିଳେଶ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ମାୟାବତୀ ମଧ୍ୟ କହିଛନ୍ତି ଯେ କଂଗ୍ରେସର ଅସ୍ତିତ୍ବ ଉତ୍ତର ପ୍ରଦେଶରେ ଲୋପ ପାଇବାକୁ ଯାଉଥିବାରୁ ଏବେ ଏହି ଦଳ କେବଳ ବିଭ୍ରାନ୍ତିର ଆଶ୍ରୟ ନେଇଛି। କଂଗ୍ରେସର ଦୋମୁହାଁ ନୀତି ସବୁ ରାଜ୍ୟରେ ଧରାପଡ଼ିଯାଇଛି ଏବଂ ୟୁପିରେ କଂଗ୍ରେସ ଲୋପ ହେବା ସ୍ଥିତିରେ ରହିଛି ବୋଲି ମାୟାବତୀ କହିଛନ୍ତି।

ମାୟା-ଅଖିଳେଶଙ୍କ ଜବାବ: କଂଗ୍ରେସର ଦୋମୁହାଁ ନୀତି ଧରାପଡ଼ିଛି
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ମହାମେଣ୍ଟ ବିରୋଧରେ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଥିବାରୁ ଏହାର ମୁକାବିଲା ପାଇଁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ନୂଆ ରଣନୀତି ଆପଣାଇଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟକୁ ସମାଲୋଚନା କରି କଂଗ୍ରେସକୁ ଭୋଟ୍‌ ଦେବାପାଇଁ ଆହ୍ବାନ ଦେବାପରେ ମହାମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଏକ ରୢାଲିରେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିୟନ୍ତ୍ରଣ ରହିଛି ଏବଂ ଏହି ଦୁଇ ଦଳ ସ୍ବାର୍ଥ ସାଧନ ପାଇଁ ଯେ କୌଣସି ସ୍ତରକୁ ଯାଇପାରନ୍ତି। ଅନ୍ୟପକ୍ଷରେ କଂଗ୍ରେସ କେନ୍ଦ୍ରରୁ ମୋଦୀ ସରକାରକୁ ହଟାଇବା ପାଇଁ ଚଳାଇଥିବା ଅଭିଯାନକୁ ଏହି ଦୁଇ ଦଳ ଦୁର୍ବଳ କରୁଥିବାରୁ ଜନସାଧାରଣ ଉତ୍ତର ପ୍ରଦେଶରେ କଂଗ୍ରେସକୁ ସମର୍ଥନ କଲେ ହିଁ ଦେଶରେ ପରିବର୍ତ୍ତନ ସମ୍ଭବ ବୋଲି ରାହୁଲ କହିଛନ୍ତି।

ରାହୁଲଙ୍କ ଏହି ବୟାନକୁ ପ୍ରିୟଙ୍କା ସମର୍ଥନ କରି କହିଛନ୍ତି ଯେ ରାଜ୍ୟରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ବଦ୍ଧପରିକର ଏବଂ ସେହି ଆଧାରରେ ଦଳ ପ୍ରାର୍ଥୀ ଦେଇଛି। ତେବେ କଂଗ୍ରେସ ପ୍ରାର୍ଥୀ ଜିତିବେ ନହେଲେ ଭୋଟ୍‌ ବିଭାଜନ କରି ବିଜେପି ପ୍ରାର୍ଥୀଙ୍କୁ ହରାଇବେ ବୋଲି ପ୍ରିୟଙ୍କାଙ୍କ ବୟାନକୁ ଅଖିଳେଶ ସମାଲୋଚନା କରିଛନ୍ତି। ରାଜ୍ୟରେ ସମର୍ଥନ ଆଧାର ହରାଇଥିବା କଂଗ୍ରେସର ଅସଲ ଚେହେରା ଏବେ ପଦାରେ ପଡ଼ିଯାଇଛି ଏବଂ ପ୍ରକୃତରେ ଏହି ଦଳ ବିଜେପିକୁ ପରୋକ୍ଷ ଭାବେ ସହଯୋଗ କରୁଛି ଏବଂ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ଅଖିଳେଶ କହିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ରାଜ୍ୟ ଏବଂ ଦେଶ ସ୍ବାର୍ଥ ବିରୋଧରେ କାମ କରୁଥିବାରୁ ଭୋଟର୍‌ମାନେ ଉଭୟ ଦଳକୁ ପ୍ରତ୍ୟାଖ୍ୟାନ କରି ମହାମେଣ୍ଟକୁ ବିଜୟୀ କରାଇବାକୁ ଅଖିଳେଶ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ମାୟାବତୀ ମଧ୍ୟ କହିଛନ୍ତି ଯେ କଂଗ୍ରେସର ଅସ୍ତିତ୍ବ ଉତ୍ତର ପ୍ରଦେଶରେ ଲୋପ ପାଇବାକୁ ଯାଉଥିବାରୁ ଏବେ ଏହି ଦଳ କେବଳ ବିଭ୍ରାନ୍ତିର ଆଶ୍ରୟ ନେଇଛି। କଂଗ୍ରେସର ଦୋମୁହାଁ ନୀତି ସବୁ ରାଜ୍ୟରେ ଧରାପଡ଼ିଯାଇଛି ଏବଂ ୟୁପିରେ କଂଗ୍ରେସ ଲୋପ ହେବା ସ୍ଥିତିରେ ରହିଛି ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର