ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଆଜି ତାଙ୍କ ନିଜ ଦଳ ବିରୋଧରେ ପ୍ରବଳ ବର୍ଷିଛନ୍ତି। ନିକଟରେ ପ୍ରିୟଙ୍କାଙ୍କୁ ଦୁର୍ବ୍ୟବହାର କରିଥିବା କିଛି ଦଳୀୟ ନେତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଆଜି ସେମାନଙ୍କୁ ଦଳରେ ପୁନଃ ଥଇଥାନ କରାଯାଇଛି। ଏହି ପ୍ରସଙ୍ଗରେ ପ୍ରିୟଙ୍କା ଆଜି ଦଳ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ଝାଳ ରକ୍ତ ଦେଇ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ଗୁରୁତ୍ବ ଦିଆଯାଉନି, କିନ୍ତୁ ଦଳରେ ଗୁଣ୍ଡା ଏବଂ ବଦ୍ମାସମାନଙ୍କୁ ଖୁବ୍ ଗୁରୁତ୍ବ ଦିଆଯାଉଛି। କଂଗ୍ରେସ ପକ୍ଷରୁ ଆଜି ଏନେଇ ଏକ ଚିଠି ଜାରି କରି କୁହାଯାଇଛି ଯେ ଚତୁର୍ବେଦୀଙ୍କ ଅଭିଯୋଗ ପରେ ଦଳୀୟ ନେତାମାନଙ୍କୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ଉତ୍ତରପ୍ରଦେଶ ପଶ୍ଚିମରେ କଂଗ୍ରେସର ସାଧାରଣ ସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାପରେ ନିଲମ୍ବିତ ନେତାମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ଦଳର ଏହି କାର୍ଯ୍ୟରେ ପ୍ରିୟଙ୍କା ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ମଧ୍ୟରେ ତାଙ୍କୁ ଧମକାଇଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୁନଃ ଦଳରେ ସକ୍ରିୟ କରାଇବା ଲଜ୍ଜାକର ବୋଲି ସେ କହିଛନ୍ତି।
ନିଜ ଦଳକୁ ଘେରିଲେ କଂଗ୍ରେସ ପ୍ରବକ୍ତା, ଗୁଣ୍ଡା-ବଦ୍ମାସଙ୍କୁ ଥଇଥାନ କରାଯାଉଛି
/sambad/media/post_attachments/wp-content/uploads/2019/04/Priyanka_Chaturvedi_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)