ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ପତ୍ନୀଙ୍କ ସହ ଆସି ଭୋଟ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ମତଦାନ କରିଛନ୍ତି ରାମନାଥ କୋବିନ୍ଦ । ଏହାପୁର୍ବରୁ ରାଷ୍ଟ୍ରପତି ଥିବା ପ୍ରଣବ ମୁର୍ଖାଜୀ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିନଥିଲେ । ୧୯୯୮ରେ ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ପଦରେ ରହିବା ସହ ଭୋଟ ଦେଇଥିଲେ । ସାଧାରଣ ଲୋକଙ୍କ ଭଳି ଧାଡ଼ିରେ ଛିଡା ହୋଇ ଭୋଟ ଦେଇଥିଲେ କେ ଆର ନାରାୟଣନ । ତାଙ୍କ ପରେ ରାଷ୍ଟ୍ରପତି ହୋଇଥିବା ଏପିଜେ ଅବଦୁଲ କଲାମ ଓ ପ୍ରତିଭା ପାଟିଲ ମଧ୍ୟ ପଦରେ ରହିବା ସହ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସେତେବେଳେ ମଧ୍ୟ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ହୋଇଥିଲା ।

ସମ୍ବନ୍ଧିତ ଖବର