ଭୋପାଳ: କୋଲାକାତାରେ ସିବିଆଇ ଚଢ଼ଉକୁ ବିରୋଧ କରି ପୁଲିସ ଯେଭଳି ତତ୍ପରତା ଦେଖାଇଥିଲା ଏବଂ ସିବିଆଇ ଅଧିକାରୀଙ୍କୁ ଅଟକାଇବାକୁ ପ୍ର୍ରୟାସ କରିଥିଲା ସେଭଳି କାଣ୍ଡର ପୁନରାବୃତ୍ତି ଆଜି ଭୋପାଳରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଘନିଷ୍ଠ ସହଯୋଗୀ ପ୍ରବୀଣ କକ୍କଡ, ଅଶ୍ବିନୀ ଶର୍ମାଙ୍କ ଘରେ ଆଜି ଆୟକର ବିଭାଗର ଚଢ଼ଉ ବେଳେ ପୁଲିସ ଏବଂ ସିଆର୍ପିଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ଆୟକର ବିଭାଗର ଅଧିକାରୀ ଭୋପାଳ ଏବଂ ଇନ୍ଦୋରର କେତେକ ସ୍ଥାନରେ ଚଢ଼ଉ କରିବା ବେଳେ ପୁଲିସ ବାଧା ସୃଷ୍ଟି କରିବାରୁ ଏଥିରେ ସିଆର୍ପିଏଫ୍ ହସ୍ତକ୍ଷେପ କରିଥିଲା। ପ୍ଲାଟିନମ ପ୍ଲାଜାରେ ଆୟକର ବିଭାଗ ଅଧିକାରୀଙ୍କୁ ପୁଲିସ ଅଟକାଇବାରୁ ସିଆର୍ପିଏଫ୍ ଅଧିକାରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରିଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସିଆର୍ପିଏଫ୍ ଅଫିସର୍ ପ୍ରଦୀପ କୁମାର କହିଛନ୍ତି ଯେ ମଧ୍ୟପ୍ରଦେଶ ପୁଲିସ ଚଢ଼ଉ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଛି। ତେବେ ମଧ୍ୟପ୍ରଦେଶ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏହି ଚଢ଼ଉକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ପ୍ରଥମ ଥର ପାଇଁ ଆୟକର ବିଭାଗର ଏହି ବଡ଼ ଚଢ଼ଉ ଅଭିଯାନରେ ସିଆର୍ପିଏଫ୍କୁ ସାମିଲ କରାଯାଇଛି। ଚଢ଼ଉ ଚାଲିଥିବା ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
ଆୟକର ଚଢ଼ଉ ନେଇ ରାଜନୀତି ସରଗରମ, ସିଆର୍ପିଏଫ୍-ପୁଲିସ ମୁହାଁମୁହିଁ
‘କୋଲ୍କାତା କାଣ୍ଡ’ର ପୁନରାବୃତ୍ତି
/sambad/media/post_attachments/wp-content/uploads/2019/04/it_raid_1554644051_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)