ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମେ ୧୨ ତାରିଖ ଦିନ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥର ଦିଲ୍ଲୀରେ ୧୦୦ ବର୍ଷରୁ ଅଧିକ ବୟସର ୯୦ ଜଣ ଭୋଟର୍ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ବୟସର ପୁରୁଷ ଭୋଟର୍ ହେଉଛନ୍ତି ୧୧୧ ବର୍ଷୀୟ ବଚ୍ଚନ ସିଂହ। ମହିଳା ଭୋଟର୍ଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ହେଲେ ୧୧୦ ବର୍ଷୀୟ ରାମ ପ୍ୟାରୀ। ବଚ୍ଚନ ସିଂହ ପଶ୍ଚିମ ଦିଲ୍ଲୀର ତିଳକ ନଗର ନିବାସୀ ଏବଂ ରାମ ପ୍ୟାରୀ ପୂର୍ବ ଦିଲ୍ଲର କୋଣ୍ଡ୍ଲି ଅଂଚଳରେ ରହୁଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି ଯେ ଏହି ବରିଷ୍ଠ ଭୋଟର୍ଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।
ଦିଲ୍ଲୀରେ ୧୦୦ ବର୍ଷରୁ ଅଧିକ ବୟସର ୯୦ ଭୋଟର୍
/sambad/media/post_attachments/wp-content/uploads/2019/04/vote-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)