ଭୋପାଳ: ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଆଜି ବିହାରର ବେଗୁସରାଇ ଆସନରୁ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। କହ୍ନେୟାଙ୍କ ବିରୋଧରେ ଆରଜେଡି ପ୍ରାର୍ଥୀ ଦେଇ ବହୁତ ବଡ଼ ଭୁଲ୍ କରିଛି ବୋଲି ସେ କହିଛନ୍ତି। କହ୍ନେୟାଙ୍କୁ ମହାମେଣ୍ଟର ପ୍ରାର୍ଥୀ କରିବାକୁ ସେ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ତାଙ୍କୁ ସଫଳତା ମିଳିନଥିଲା ଏବଂ ଏଥିପାଇଁ ଆର୍ଜେଡି ଦାୟୀ ବୋଲି ସେ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ଲଢ଼ୁଥିବା କହ୍ନେୟାଙ୍କ ପଛରେ କଂଗ୍ରେସର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଦିଗ୍ବିଜୟ ବୟାନ ଦେବାପରେ ଏହାକୁ ନେଇ ଆର୍ଜେଡି ଅସନ୍ତୋଷ ବ୍ୟକ୍ତ କରିଛି। ବେଗୁସରାଇ ଆସନ ପାଇଁ ତନବୀର ହସନ ହିଁ ଶ୍ରେଷ୍ଠ ପ୍ରାର୍ଥୀ ଏବଂ ତାଙ୍କର ଲୋକପ୍ରିୟତା କହ୍ନେୟାଙ୍କଠାରୁ ଯଥେଷ୍ଟ ଅଧିକ ବୋଲି ଆର୍ଜେଡି କହିଛି।
କହ୍ନେୟାଙ୍କୁ ଦିଗ୍ବିଜୟଙ୍କ ସମର୍ଥନ, ଆର୍ଜେଡି ପ୍ରାର୍ଥୀ ଦେଇଥିବାରୁ ସମାଲୋଚନା କଲେ
/sambad/media/post_attachments/wp-content/uploads/2019/04/diga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)