ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏବେ ସପା ସୁପ୍ରିମୋ ଅଖିଳେଶ ଯାଦବ ପ୍ରଚାର ମଇଦାନକୁ ଜଣେ ନକଲି ବାବାଙ୍କୁ ଆଣିଛନ୍ତି। କିଛିଦିନ ତଳେ ଅଖିଳେଶ ଜଣେ ବାବାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିବାବେଳେ ଏବେ ସେ ପୁଣି ଅନ୍ୟ ଜଣେ ବାବାଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଇଛନ୍ତି। ଏକ ରୢାଲିରେ ସୁରେଶ ଠାକୁର ନାମକ ଜଣେ ବାବା ଅଖିଳେଶଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଗେରୁଆ ବସ୍ତ୍ର ଧାରଣ କରି ତାଙ୍କୁ ନକଲ କରି ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ଏହି ନକଲି ଯୋଗୀ ଆଜି ଅଖିଳେଶଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଖିଳେଶ କହିଛନ୍ତି ୟୁପିରେ ଏବେ ସରକାର ଗୁଣ୍ଡା ଭଳି ବ୍ୟବହାର କରୁଛନ୍ତି। ସରକାରଙ୍କ ଅଧୀନରେ ପୁଲିସ କୌଣସି ମାମଲାକୁ ଭଲଭାବେ ଅନୁଧ୍ୟାନ କରିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ ଏନ୍କାଉଣ୍ଟର କରି ମାରି ଦେଉଛି। ଗତ ସପ୍ତାହରେ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି କହିଥିଲେ ଯେ ସେ କୌଣସି ନକଲି ଯୋଗୀଙ୍କୁ ଆଣିନାହାନ୍ତି ବରଂ ସତ କହୁଥିବା ଜଣେ ବାବାଙ୍କୁ ଆଣିଛନ୍ତି। ଏହି ବାବା ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ସରକାରଙ୍କ ବାବଦରେ ସବୁ ସତକଥା କହିଦେବେ ବୋଲି ସେ କହିଛନ୍ତି। ଅଖିଳେଶଙ୍କ ଏଭଳି ପଦକ୍ଷେପ ହତାଶାର ପ୍ରତିଫଳନ ବୋଲି ବିଜେପି କହିଛି।
ନକଲି ‘ଯୋଗୀ’ଙ୍କୁ ପ୍ରଚାର ମଇଦାନକୁ ଆଣିଲେ ଅଖିଳେଶ
/sambad/media/post_attachments/wp-content/uploads/2019/05/baba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)