ଭୋପାଳ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପୁଲିସ ଅଫିସର୍ ହେମନ୍ତ କର୍କରେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଗତକାଲି ସନ୍ଧ୍ୟାରେ ସାଧ୍ବୀ ତାଙ୍କ ବୟାନ ପାଇଁ କ୍ଷମାପ୍ରାର୍ଥନା କରିବା ସହ ଏହା ତାଙ୍କର ବ୍ୟକ୍ତିଗତ ଯନ୍ତ୍ରଣାର ପରିପ୍ରକାଶ ଥିଲା ବୋଲି କହିଥିଲେ। ସାଧ୍ବୀ କହିଥିଲେ ଯେ ତାଙ୍କୁ ଆତଙ୍କବାଦୀ ଭାବେ ଦର୍ଶାଇବା ପାଇଁ କର୍କରେ ଭୀଷଣ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ ଏବଂ ଏଥିପାଇଁ ସେ ତାଙ୍କର ସର୍ବନାଶ ହେଉ ବୋଲି ଅଭିଷାପ ଦେଇଥିଲେ। ଏହାପରେ ଆତଙ୍କବାଦୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସାଧ୍ବୀ କହିଥିଲେ। ଏହି ବୟାନକୁ ନେଇ ବିବାଦ ତେଜିଥିଲା ଏବଂ ବିଜେପି ମଧ୍ୟ ଏହା ସାଧ୍ବୀଙ୍କ ବ୍ୟକ୍ତିଗତ ବୟାନ ବୋଲି କହିଥିଲା।
ସିହଦଙ୍କୁ ଅପମାନ, ସାଧ୍ବୀଙ୍କୁ ଇସିଙ୍କ କାରଣ ଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2019/04/election-commission-of-india-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)