ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ଆଜି ନିର୍ବାଚନ କମିସନ ନୋଟିସ୍ କରିଛନ୍ତି। ଉଭୟ ଯୋଗୀ ଏବଂ ମାୟାବତୀ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ସାମ୍ପ୍ରଦାୟିକ ଟିପ୍ପଣୀକୁ ବିରୋଧ କରି ଅଭିଯୋଗ ହେବାପରେ ଇସି ଏ ନେଇ ସେମାନଙ୍କଠାରୁ ଜବାବ ମାଗିଛନ୍ତି। ଗତ ୭ ତାରିଖରେ ମାୟାବତୀ ୟୁପିର ଦେବବନ୍ଦରେ ତାଙ୍କ ନିର୍ବାଚନୀ ଭାଷଣ ଦେଇ ମୁସଲିମମାନଙ୍କୁ ବିଜେପି ବିରୋଧରେ ଭୋଟ୍ ଦେବାକୁ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷେ ଯୋଗୀ ମଧ୍ୟ ମିରଟ୍ରେ ଏକ ନିର୍ବାଚନ ରୢାଲିରେ କହିଥିଲେ ଯେ ଯଦି କଂଗ୍ରେସ-ଏସ୍ପି-ବିଏସ୍ପିର ଅଲିରେ ବିଶ୍ବାସ ଅଛି ତେବେ ଆମର ମଧ୍ୟ ବଜରଙ୍ଗବଲିରେ ବିଶ୍ବାସ ରହିଛି। ଉଭୟ ନେତାଙ୍କ ଏଭଳି ଟିପ୍ପଣୀକୁ ବିରୋଧ କରି ଅଭିଯୋଗ ହେବାପରେ ଇସି ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଇସି କହିଛନ୍ତି, ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ତେଣୁ ଉଭୟ ନେତାଙ୍କୁ ନୋଟିସ୍ କରି ଏ ବାବଦ ଜବାବ ମଗାଯାଇଛି।
ଯୋଗୀ, ମାୟାବତୀଙ୍କୁ ଇସି ନୋଟିସ୍
/sambad/media/post_attachments/wp-content/uploads/2019/04/mayawati_bsp_pti_2019_12_ja_1554998591_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)