ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆଧାରିତ ୱେବ୍ ସିରିଜ୍ ପ୍ରସାରଣକୁ ବନ୍ଦ କରିବା ପାଇଁ ଆଜି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ‘ଇରୋଜ୍ ନାଓ’ ଦ୍ବାରା ଅନଲାଇନ୍ ପ୍ରସାରିତ ହେଉଥିବା ୱେବ୍ ସିରିଜ୍ - ‘ମୋଦୀ- ଜର୍ଣ୍ଣି ଅଫ୍ ଏ କମନ୍ ମ୍ୟାନ୍’କୁ ବନ୍ଦ କରିବାପାଇଁ ଇସି କହିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହାର ପ୍ରସାରର ବନ୍ଦ ରହିବ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ଗତ ୧୦ ତାରିଖରେ ମଧ୍ୟ ନିର୍ବାଚନ କମିସନ ମୋଦୀଙ୍କ ବାୟୋପିକ୍ ରିଲିଜ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମୋଦୀ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ ରିଲିଜ୍ ହୋଇପାରିବନି ବୋଲି ଇସି କହିଥିବା ବେଳେ ଏହାକୁ ନେଇ ଏବେ ବି ଆଇନଗତ ପ୍ରକ୍ରିୟା ଜାରି ରହିଛି। ମୋଦୀଙ୍କ ଉପରେ ୱେବ୍ ସିରିଜ୍ ଦୁଇ ବର୍ଷ ତଳୁ ନିର୍ମାଣ ହୋଇଥିଲେ ମଧ୍ୟ ମୋଦୀ ଜଣେ ରାଜନେତା ଭାବେ ନିର୍ବାଚନ ଲଢ଼ୁଥିବାରୁ ଏବେ ଏହାର ପ୍ରସାରଣ ହେବା ଠିକ୍ ନୁହେଁ ବୋଲି ଇସି କହିଛନ୍ତି।
ମୋଦୀଙ୍କ ୱେବ ସିରିଜ୍ ବନ୍ଦ କରିବାକୁ ଇସି ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/04/modi-web.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)