ମମତାଙ୍କୁ ନିର୍ବାଚନ କମିସନଙ୍କ ଜବାବ: ଅଭିଯୋଗ ଦୁର୍ଭାଗ୍ୟଜନକ, ଅଧିକାର ନେଇ ଆମେ ସଚେତନ

କୋଲାକାତା: ପଶ୍ଚିମବଂଗର ୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶକୁ ଜୋର୍‌ଦାର ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ସ୍ବେଚ୍ଛାଚାରୀ ଏବଂ ପକ୍ଷପାତପୂର୍ଣ୍ଣ ବୋଲି ସମାଲୋଚନା କରିଥିବାରୁ ଆଜି ଏହାର ଜବାବ ଦେଇଛନ୍ତି ନିର୍ବାଚନ କମିସନ। ମମତାଙ୍କୁ ପତ୍ର ଲେଖି କମିସନ କହିଛନ୍ତି ଯେ ଆମେ ଆମର ଅଧିକାର ଏବଂ ଦାୟିତ୍ବ ସଂପର୍କରେ ପୂର୍ଣ୍ଣ ସଚେତନ ରହି କାର୍ଯ୍ୟ କରୁଛୁ। ନିର୍ବାଚନର ସୁପରିଚାଳନା ଏବଂ ଆଦର୍ଶ ଆଚରଣ ବିଧି ସମୟରେ ହୋଇଥିବା ସ୍ବାଭାବିକ ବଦଳିକୁ ସ୍ବେଚ୍ଛାଚାରୀ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ନିର୍ବାଚନ କମିସନ କହିଛନ୍ତି। ରାଜ୍ୟର ପରିସ୍ଥିତିକୁ ଦେଖି କମିସନ ଯଥୋଚିତ ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର