କୋଲକାତା : ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାଣାଘାଟ ନିର୍ବାଚନମଣ୍ଡଳୀ ଅଧୀନସ୍ଥ କ୍ରୀଶନଗରରେ ନିୟୋଜିତ ହୋଇଥିବା ଜଣେ ଇଭିଏମ୍-ଭିଭିପାଟ୍ ଇନଚାର୍ଜ୍ ନୋଡାଲ ଅଫିସର୍ ଗତକାଲିଠାରୁ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଅଧିକାରୀଙ୍କ ନାମ ଅର୍ନବ ରାୟ। ୩୦ ବର୍ଷୀୟ ଅର୍ନବ ଗୁରୁବାର ସକାଳେ ବିପ୍ରଦାସ ପଲିଟେକନିକ୍ କଲେଜ୍କୁ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ। କିନ୍ତୁ ସେଠାରୁ ସେ ନିଖୋଜ ହୋଇ ଯାଇଛନ୍ତି। ତାଙ୍କର କିଛି ପତ୍ତା ମିଳୁନି ବୋଲି ନଦିଆ ପୁଲିସ ଅଧିକାରୀ କହିଛନ୍ତି। ତେବେ ଅର୍ନବଙ୍କ ଗାଡ଼ି କଲେଜ୍ ବାହାରେ ପାର୍କିଂ ହୋଇଥିବା ବେଳେ ସେ ଅଚାନକ ନିଖୋଜ ହେବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଜିଲ୍ଲା ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କର ଦୁଇଟି ଯାକ ଫୋନ୍ ବନ୍ଦ ଅଛି।
ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀ ନିଖୋଜ
/sambad/media/post_attachments/wp-content/uploads/2019/04/Election_CoVmmissio12n_newindian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)