ନୂଆଦିଲ୍ଲୀ : ଆସନ୍ତା ମେ’ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ପ୍ରତି ବିଧାନସଭା କ୍ଷେତ୍ରରେ ୫ଟି ଇଭିଏମ୍ ସହ ଭିଭିପାଟ୍ ସ୍ଲିପ୍ ଗଣତି ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଲୋକସଭା ଫଳାଫଳ ଘୋଷଣାରେ କିଛି ଘଣ୍ଟା ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଭିଭିପାଟ୍ ସ୍ଲିପ୍ ଗଣତି ପ୍ରାୟ ୪-୫ ଘଣ୍ଟା ଲାଗିଯିବ ଏବଂ ଏହାପରେ ସରକାରୀ ଭାବେ ଫଳାଫଳ ଘୋଷଣା ହେବ । ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ନିକଟରେ ନିର୍ବାଚନ କମିସନ୍ଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରତି ବିଧାନସଭା ନିର୍ବାଚନ କ୍ଷେତ୍ରରେ ୫ଟି ଭିଭିପିଏଟି ସ୍ଲିପ୍ ଗଣତି କରାଯିବ।
ନିର୍ବାଚନ ଫଳାଫଳ ଘୋଷଣାରେ ବିଳମ୍ବ ହେବ
/sambad/media/post_attachments/wp-content/uploads/2019/05/evm-storage-660_121018032841_012119084955.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)