ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜେପି ସାଂସଦ ମୁରଲୀ ମନୋହର ଯୋଶୀଙ୍କ ନାଁରେ ଏବେ ଏକ ମିଛ ଚିଠି ଭାଇରାଲ୍ ହୋଇଛି। ଯୋଶୀଙ୍କ ନାଁରେ ଭାଇରାଲ ହୋଇଥିବା ଏହି ମିଛ ଚିଠି ଅନ୍ୟ ଜଣେ ବରିଷ୍ଠ ନେତା ଏଲକେ ଆଡଭାନୀଙ୍କ ପାଖକୁ ଲେଖାଯାଇଛି। ଏହି ଚିଠି ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବାବେଳେ ଆଜି ଏହି ମାମଲାରେ ଯୋଶୀ ଇସିଙ୍କ ପାଖକୁ ଚିଠି ଲେଖି ମାମଲାର ତଦନ୍ତ ଦାବି କରିଛନ୍ତି। ଯୋଶୀଙ୍କ ନାଁରେ ସୋସିଆଲ୍ ମିଡିଆରେ ଏବେ ଏକ ଦୁଇ ପୃଷ୍ଠାର ମିଛ ଚିଠି ଘୁରି ବୁଲୁଛି। ବିଜେପି ଚଳିତ ଲୋକସଭା ନିର୍ବାଚନରେ କେବଳ ୧୨୦ ଆସନରେ ଜିତିବ ଏବଂ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୯୧ ଆସନରୁ ଏହା କେବଳ ୮-୧୦ ଟି ଆସନରେ ନିର୍ବାଚନ ଜିତିବ ବୋଲି ଯୋଶି ଏହି ଚିଠିରେ ଲେଖିଥିବା ଦେଖିବାକୁ ମିଳିଛି। ହ୍ବାଟ୍ସଆପ୍ ଏବଂ ଟ୍ବିଟର୍ରେ ଏବେ ଏହି ଚିଠି ପ୍ରସାରିତ ହୋଇଛି। ସେହିପରି ଯୋଶୀଙ୍କୁ ବିଜେପି ଦ୍ବାରା ନିର୍ବାଚନ ଲଢ଼ିବାରୁ ବାଦ୍ ଦିଆଯାଇଥିଲେ ମଧ୍ୟ ବସପା ଏବଂ ସପା ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯାଇଥିଲା ବୋଲି ଏହି ଚିଠିରେ ଦର୍ଶାଯାଇଛି। ଚିଠିଟି ଏପ୍ରିଲ ୧୧ ତାରିଖରେ ଲେଖାଯାଇଥିବା ଜଣାପଡ଼ିଛି। ତେବେ ଯୋଶୀ ଦାବି କରିଛନ୍ତି ଯେ ସେ ଆଡଭାନିଙ୍କୁ ଏମିତି କିଛି ଚିଠି ଲେଖିନାହାନ୍ତି। ଯୋଶୀଙ୍କ କହିବା ଅନୁଯାୟୀ ତାଙ୍କ ନାଁରେ ଆଡଭାନୀଙ୍କ ପାଖକୁ ଲେଖାଯାଇଥିବା ମିଛ ଚିଠି ବାବଦରେ ସେ ଗଣମାଧ୍ୟମରେ ତାଙ୍କର କିଛି ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଲେ। ଚିଠି ପଢ଼ିବାପରେ ସେ ଜାଣିଲେ ଯେ ସେ ଏମିତି କିଛି ଚିଠି ଆଡଭାନୀଙ୍କ ପାଖକୁ ଲେଖିନାହାନ୍ତି। ତେଣୁ ଏହି ମାମଲାରେ ସେ ଇସିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସୋସିଆଲ ମିଡିଆରେ ଯୋଶୀଙ୍କ ନାଁରେ ମିଛ ଚିଠି
ଇସିଙ୍କ ତଦନ୍ତ ଲୋଡ଼ିଲେ ଯୋଶୀ
/sambad/media/post_attachments/wp-content/uploads/2019/04/Untitled-11-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)