ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ଔରଙ୍ଗଜେବ ମାର୍ଗ ସ୍ଥିତ ପୋଲିଂ ବୁଥ୍ରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରି ସେ ଘୃଣା ରାଜନୀତି କରୁଥିବା କହିଥିଲେ। ତେବେ ମୋଦୀଙ୍କ ଘୃଣା ହାରିବ ଏବଂ ରାଜନୀତିରେ ଆମେ ପ୍ରେମର ପ୍ରୟୋଗ କରିଥିବାରୁ ଆମର ବିଜୟ ହେବ ବୋଲି ରାହୁଲ କହିଥିଲେ। ଏଥର ନିର୍ବାଚନରେ ବେକାରୀ, କୃଷକଙ୍କ ସମସ୍ୟା, ବିମୁଦ୍ରୀକରଣ, ଦୁର୍ନୀତି, ରାଫେଲ ଯୁଦ୍ଧ ବିମାନ ମାମଲା ପ୍ରମୁଖ ପ୍ରସଙ୍ଗ ବୋଲି ରାହୁଲ କହିଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏବେ ତାଙ୍କର ବିଦାୟ ବେଳା ଚାଲି ଆସିଛି।
ଘୃଣା ହାରିବ, ପ୍ରେମର ବିଜୟ ହେବ: ରାହୁଲ
/sambad/media/post_attachments/wp-content/uploads/2019/05/Rahul_gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)