ଜମ୍ମୁ : ଜମ୍ମୁ କଶ୍ମୀରରେ ୬ ଲୋକସଭା ଆସନରେ ନିର୍ବାଚନ ହୋଇଥିଲା। ଏହି ୬ଟି ଆସନରୁ ବିଜେପି ୩ଟି ଆସନରେ ବିଜୟ ହାସଲ କରିଛି। ତେବେ ସବୁଠୁ ଉଲ୍ଲେଖନୀୟ ହେଲା ବିଜେପିର ଭୋଟ୍ ସେୟାର ଏଥର ଜମ୍ମୁ କଶ୍ମୀରରେ ୪୬.୪ ପ୍ରତିଶତ ରହିଛି। ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏହା ସବୁଠୁ ଅଧିକ। ଅନ୍ୟ ପ୍ରମୁଖ ଦଳ କଂଗ୍ରେସ, ଏନ୍ସି ଏବଂ ପିଡିପିଠାରୁ ମଧ୍ୟ ବିଜେପିର ଭୋଟ୍ ସେୟାର ଅଧିକ ରହିଛି। ନିର୍ବାଚନ କମିସନ୍ଙ୍କ ତଥ୍ୟ ଅନୁଯାୟୀ ୧୬,୪୮,୦୪୧ ଭୋଟ୍ ପାଇ ବିଜେପିର ଭୋଟ୍ ପ୍ରତିଶତ ୪୬.୪ ପ୍ରତିଶତ ରହିଛି। ବିଜେପି ଜମ୍ମୁ, ଉଧମପୁର ଏବଂ ଲଦାଖ ଆସନରେ ଜିତିଛି।
ଜମ୍ମୁ କଶ୍ମୀରରେ ବିଜେପିର ଭୋଟ୍ ସେୟାର ୪୬%
ବିଗତ ବର୍ଷ ଗୁଡ଼ିକରେ ସବୁଠୁ ଅଧିକ
/sambad/media/post_attachments/wp-content/uploads/2019/05/bjp-party-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)