ବାରିପଦା/ଶାମାଖୁଣ୍ଟା: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଜି ମୟୂରଭଞ୍ଜ ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି। ଗୋଟିଏ ଦିନରେ ସେ ବାଙ୍ଗିରିପୋଷି, ଉଦଳା ଏବଂ ବାରିପଦା ନିର୍ବାଚନମଣ୍ଡଳୀରେ ୩ଟି ସଭାରେ ଯୋଗ ଦେଇଥିଲେ। ବାଙ୍ଗିରିପୋଷିର ଶାମାଖୁଣ୍ଟା ବ୍ଲକ୍ର କେନ୍ଦୁଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ଦାସ କହିଛନ୍ତି ଯେ ଦୀର୍ଘ ୧୯ ବର୍ଷର ଶାସନ ପରେ ମଧ୍ୟ ବିଜେଡ଼ି ସରକାର ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପିଇବା ପାଣି, ଗାଁ କୁ ସଡକ, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଫେଲ୍ ମାରିଛି। ତେଣୁ ଓଡ଼ିଶାରେ ବିକାଶ ପାଇଁ ଡବଲ୍ ଇଂଜିନ୍ ସରକାରର ଆବଶ୍ୟକତା ରହିଛି। କାରଣ ଉଭୟ ଓଡ଼ିଶା ଏବଂ ଝାଡଖଣ୍ଡ ପ୍ରାକୃତିକ ସଂପଦରେ ଭରପୂର ରହିଛି । ମାତ୍ର ଝାଡଖଣ୍ଡରେ ୨୦୧୪ ପରଠୁ ବିଜେପି ସରକାର ଆସିବା ପରେ ଦ୍ରୁତ ଆର୍ଥିକ ପ୍ରଗତି ହୋଇଛି। ଓଡ଼ିଶା ଏହି କ୍ଷେତ୍ରରେ ଫେଲ୍ ମାରିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ବିକାଶର ନୂତନ ଅୟମାରମ୍ଭ ହେବ। ଶ୍ରୀ ଦାସ ଆଦିବାସୀ କାର୍ଡ଼ ଖେଳିବା ସହିତ ସାନ୍ତାଳି ଭାଇ ଭଉଣୀମାନଙ୍କ ପାଇଁ ମୋଦୀ ସରକାର ଅନକ କାର୍ଯ୍ୟ କରୁଥିବା କହିଥିଲେ। ସେହିପରି ପ୍ରଥମ ସାନ୍ତାଳୀ ମହିଳା ତଥା ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ବନାଇବାର କାର୍ଯ୍ୟ ବିଜେପି ସରକାର କରିଛି। ପ୍ରଥମ ଆଦିବାସୀ ମନ୍ତ୍ରାଳୟ ଖୋଲିବା, ରେଳବାଇରେ ସାନ୍ତାଳୀ ଭାଷାକୁ ଗୁରୁତ୍ବ ଦେବା ଆଦି ବିଷୟ ଉତ୍ଥାପନ କରି ଶ୍ରୀ ଦାସ ଆଦିବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ। କଂଗ୍ରେସ୍ କେବଳ ବଂଶବାଦ ରାଜନୀତି କରୁଥିବା ସେ ଅଭିଯୋଗ କରିଥିଲେ। ଝାଡଖଣ୍ଡ ସରକାର ବିଧବା ମା ମାନଙ୍କୁ ୧ ହଜାର ଟଙ୍କା ଭତ୍ତା ଦେଉଥିବା ବେଳେ ବିଜେଡ଼ି ସରକାର ପଛରେ ପଡ଼ିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ଦିବ୍ୟାଙ୍ଗ, ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ୧ ହଜାର ଟଙ୍କା କରାଯିବ ବୋଲି ଶ୍ରୀ ଦାସ ଆଶ୍ବାସନା ଦେଇଥିଲେ। ସେହିପରି ବାରିପଦାର ଡୁକୁରାରେ ଶ୍ରୀ ଦାସ କହିେଲ ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ଦେଉଥିବା ଅର୍ଥ ସହିତ ଝାଡ଼ଖଣ୍ଡ ସରକାର ଏକରକୁ ୫ହଜାର ଟଙ୍କା ଅତିରକ୍ତ ଦେବାକୁ ନିଷ୍ପତ୍ତି ନେଇଛନ୍ତି। । କିନ୍ତୁ ଓଡ଼ିଶା ସରକାର କାଳିଆ ଯୋଜନା ମାଧ୍ୟମରେ କେବଳ ପ୍ରହେଳିକା ସୃଷ୍ଟି କରୁଛନ୍ତି। ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ସ୍ଥାନୀୟ ବିଧାୟକମାନେ କୌଣସି ବିକାଶ କରିନଥିବା ଅଭିଯୋଗ ଆଣିଥିଲେ। ଉଭୟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବିଜେପି ସାଂସଦ ପ୍ରାର୍ଥୀ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ଥିଲେ। କେନ୍ଦୁଆରେ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ସୁକ୍ଦା ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଦଳର ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ଥିଲେ । ସେହିପରି ବାରିପଦାର ଡୁକୁରାରେ ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ୍, ବରିଷ୍ଠ ବିଜେପି ନେତା ସାରଦା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର : େମାଦୀଙ୍କ ଭାଷା କହିଲେ ରଘୁବର
/sambad/media/post_attachments/wp-content/uploads/2019/04/Untitled-6-3.jpg)