କଳହାଣ୍ଡି ସଂସଦୀୟ କ୍ଷେତ୍ରରୁ ଏଥର ତିନି ଦଳର ଛାମୁଆ ନେତା ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ହେଲେ ବିଜେପି ରାଜ୍ୟ ସଭାପତି ତଥା ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କଂଗ୍ରେସର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ। ଏହି ତିନି ନେତା ରାଜ୍ୟ ରାଜନୀତିରେ ଜଣାଶୁଣା ନାମ। ୨୦୧୪ ନିର୍ବାଚନରେ ବିଜେଡ଼ିର ଅର୍କକେଶରୀ ଦେଓ କଂଗ୍ରେସର ଭକ୍ତଚରଣ ଦାସଙ୍କୁ ହରାଇଥିଲେ। ଏହି ଆସନ ଉପରୋକ୍ତ ତିନି ନେତାଙ୍କ ପାଇଁ ବର୍ତ୍ତମାନ ସମ୍ମାନର ପ୍ରଶ୍ନ ହୋଇଛି।
ହେଭିୱେଟ୍ ଲଢ଼େଇ: କଳାହାଣ୍ଡି ଲୋକସଭା ଆସନରେ ବସନ୍ତ, ପୁଷ୍ପେନ୍ଦ୍ର, ଭକ୍ତଚରଣ
/sambad/media/post_attachments/wp-content/uploads/2019/04/Untitled-2-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)