ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏବେ ଜେଡିଏସ୍ -କଂଗ୍ରେସ ମେଣ୍ଟ ସରକାର ସ୍ଥିତି ଠିକ୍ ନାହିଁ। ପ୍ରାୟ ୨୦ କଂଗ୍ରେସ ବିଧାୟକ ମେଣ୍ଟ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଯେକୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପା କହିଛନ୍ତି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ବିରୋଧରେ ୟେଦୁରପ୍ପା ଏଭଳି ଅଭିଯୋଗ ଆଣିବା ଆଦୌ ନୂଆ କଥା ନୁହେଁ। କିନ୍ତୁ ଯେଉଁ ସମୟରେ ସେ ଏହି ଅଭିଯୋଗ ଆଣିଛନ୍ତି ତାହାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଗତ ସପ୍ତାହରେ ୟେଦୁରପ୍ପା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ମେ’ ୨୩ ତାରିଖରେ ନିର୍ବାଚଚ ଫଳାଫଳ ପ୍ରକାଶ ପାଇବାପରେ କର୍ଣ୍ଣାଟକର ରାଜନୈତିକ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିବ ଏବଂ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ । କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନରୁ ବିଜେପି ୨୨ଟି ଆସନରେ ଜିତିବ ବୋଲି ଦେୟୁରପ୍ପା ଦୃଢ଼ୋକ୍ତି ବାଢ଼ିଛନ୍ତି।
କର୍ଣ୍ଣାଟକ ସରକାରରେ ପୁଣି ସଙ୍କଟ, ୨୦ କଂଗ୍ରେସ ବିଧାୟକ ଯେ କୌଣସି ପଦକ୍ଷେପ ନେଇପାରନ୍ତି: ୟେଦୁରପ୍ପା
/sambad/media/post_attachments/wp-content/uploads/2019/05/download-29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)