ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ କେଜ୍ରିୱାଲ୍ଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅରବିନ୍ଦ କେଜ୍ରିୱାଲ୍ଙ୍କୁ କେହି ଫୁଲ ମାଳ ପିନ୍ଧାଇ ପାରିବେନି କି କରମର୍ଦ୍ଦନ ମଧ୍ୟ କରିପାରିବେନି। ଅନ୍ୟପକ୍ଷେ ପୂର୍ବଭଳି ଅରବିନ୍ଦ କେଜ୍ରିୱାଲ୍ଙ୍କ ରୋଡ ସୋ’ରେ ବେଶୀ ଲୋକଙ୍କୁ ନିଆଯିବ ନାହିଁ। ସେ ଯେଉଁ ଖୋଲା ଜିପ୍ରେ ଯିବେ ସେଥିରେ କେବଳ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ହିଁ ତାଙ୍କ ସହ ରହିବେ। କେଜ୍ରିୱାଲ୍ଙ୍କ ସହ ୨୦ ଜଣ ସୁରକ୍ଷା କର୍ମୀ ରହିବେ। ଉଲ୍ଲେଖଯୋଗ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ଗତ ଶନିବାର ଦିନ ସୁରେଶ ଚୌହାନ ନାମକ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ। ତେବେ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ସୁରେଶ ଚୌହାନ ଆମ୍ ଆଦମି ପାର୍ଟିର ଜଣେ ସଦସ୍ୟ। ସେ ଆପ୍ର ରୢାଲି ଓ ବୈଠକ ଆୟୋଜନ କରୁଥିଲେ। କିନ୍ତୁ ପାର୍ଟିର ନେତାମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ଜଣାପଡ଼ିଛି।
ଚାପୁଡ଼ା କାଣ୍ଡ ପରେ, କେଜ୍ରିୱାଲ୍ଙ୍କ ସୁରକ୍ଷା କଡ଼ାକଡ଼ି
/sambad/media/post_attachments/wp-content/uploads/2019/05/Arvind_Kejriwal_INDIATODAY.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)